Saturday, October 3, 2026
23.6 C
Odisha

    ପେଶାଦାର ଫଟୋଗ୍ରାଫରଙ୍କ ଆଭିମୁଖ୍ୟ ନିଆରା ହୋଇଥାଏ: ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଫଟୋ କଥା କୁହେ। ହେଲେ କଥାକୁହା ଫଟୋ ସମସ୍ତେ ଉଠାଇ ପାରିବେ ନାହିଁ। ବାହାଘର ଫଟୋ ସୁଟ୍‌ ସହଜ। ହେଲେ ପେଶାଦାର ଫଟୋଗ୍ରାଫରଙ୍କ ଆଭିମୁଖ୍ୟ ନିଆରା ହୋଇଥାଏ। ପେଶାଦାର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହନ କରିବା ଦିଗରେ ରାଜ୍ୟ ସରକାର ନିଶ୍ଚିତ ଭାବେ ପଦକ୍ଷେପ ନେବେ। ନବୀନ ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍‌ ଏହା କହିଛନ୍ତି। ମୁଖ୍ୟଅତିଥି ଭାବେ ଯୋଗଦେଇ ସୂରଜ କହିଲେ ଯେ, ଗୋଟିଏ ଗୋଟିଏ ଫଟୋ ସମାଜର ପ୍ରକୃତ ଚିତ୍ରକୁ ବଖାଣିଥାଏ। ଫଟୋଟିଏ ଅନେକ ମନକୁ ଆନ୍ଦୋଳିତ କରିପାରେ । ଅତୀତରେ ଗୋଟିଏ ଫଟୋ ସାରା ବିଶ୍ୱରେ ବି ଆଲୋଡ଼ନ ସୃଷ୍ଟି କରିବାର ନଜିର ରହିଛି। ପେଶାଦାର ଫଟୋଗ୍ରାଫି ଏକ କଳା। ଏହାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି। ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ସେ ଏହି ଦାୟିତ୍ୱ ନେବାକୁ ଚାହୁଁଛନ୍ତି। ନିଶ୍ଚିତ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କିଛି ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

    ସେହିପରି ଉତ୍ସବର ଅନ୍ୟତମ ଆକର୍ଷଣ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଫଟୋ କିଭଳି ତାଙ୍କୁ ବିଦେଶରେ ଏକ ଅପ୍ରୀତିକର ସ୍ଥିତିରୁ ରକ୍ଷା କରିଥିଲା ସେନେଇ କହିଥିଲେ। ବାଲୁକା କଳା ଆରମ୍ଭ କାଳରେ ସେ ଫଟୋଟିଏ ସାଇତି ରଖିବାର ବ୍ୟାକୁଳତା କଥା ବି ମନେ ପକାଇଥିଲେ। ରାଜ୍ୟ ସରକାରଙ୍କ ଲଳିତ କଳା ଏକାଡେମୀ ପକ୍ଷରୁ ସରକାରୀ ସ୍ତରରେ ବିଭିନ୍ନ ଫଟୋ ପ୍ରଦର୍ଶନୀ ଆୟୋଜନ ପାଇଁ ୧୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଥିବା ସେ ପ୍ରକାଶ କରିଛନ୍ତି। ଏଦିଗରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

     

    ସୂଚନାଯୋଗ୍ୟ କି ନବୀନ ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ବିଗତ ତିନି ବର୍ଷ ଧରି ବିଶ୍ୱ ଫଟୋଗ୍ରାଫି ଦିବସକୁ ବେଶ ଉତ୍ସାହର ସହ ପାଳନ କରାଯାଉଛି। ତତ ସହିତ ଏହି ଅବସରରେ ନବୀନ ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ସ୍ଥାନୀୟ ଜୟଦେବ ଭଵନ ରେ ଆରମ୍ଭ ହୋଇଯାଇଛି। ଏଥିରେ ସାରା ରାଜ୍ୟରୁ ୭୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରି ଫଟୋ ମାଧ୍ୟମରେ ସେମାନଙ୍କ କଳା ନୈପୂଣ୍ୟତା ପରିପ୍ରକାଶ କରିଛନ୍ତି। ଏହି ପ୍ରଦର୍ଶନୀ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସକାଳ ୯ ଟାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ଦର୍ଶକ ତଥା ଫଟୋପ୍ରେମୀ ଓ ଉତ୍ସାହୀ ଛାତ୍ରଛାତ୍ରୀଙ୍କ ପରିଦର୍ଶନ ପାଇଁ ଉନ୍ମୁକ୍ତ ରହିବ ବୋଲି ଅନୁଷ୍ଠାନର ଅଧକ୍ଷ ଲକ୍ଷ୍ମୀକାନ୍ତ ଦାସ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ