Saturday, July 27, 2024
24.8 C
Odisha

    ସାଂଘାତିକ ତ୍ରୁଟି, ଓଡ଼ିଆ ପିଲାକୁ ଦିଆଗଲା ତେଲୁଗୁ ପ୍ରଶ୍ନପତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନବୋଦୟ ପରୀକ୍ଷାରେ ସାଂଘାତିକ ତ୍ରୁଟି ଅଭିଯୋଗ । ଓଡ଼ିଆ ପିଲାକୁ ତେଲୁଗୁ ପ୍ରଶ୍ନପତ୍ର । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଜବାହର ନବୋଦୟ ପ୍ରବେଶିକା ପରୀକ୍ଷାରେ ଏଭଳି ବିଭ୍ରାଟ ଦେଖିବାକୁ ମିଳିଛି । ଜଣେ ଓଡିଆ ପରୀକ୍ଷାର୍ଥୀଙ୍କୁ ତେଲୁଗୁ ପ୍ରଶ୍ନପତ୍ର ଦିଆଯିବାରୁ ସେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି । ଅଭିଯୋଗ ଅନୁସାରେ ତେଲକୋଇ ବ୍ଲକ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାଶ ଓଡ଼ିଆ ମାଧ୍ୟମରେ ପାଠ ପଢ଼ୁଛନ୍ତି । ସେ ସାଧାରଣ ବର୍ଗର ହୋଇଥିବାବେଳେ ନବୋଦୟ ପରୀକ୍ଷା ପାଇଁ ତାଙ୍କ ଆଡମିଟ୍ କାର୍ଡରେ କାଟାଗୋରୀ ଓବିସି ଏବଂ ପରୀକ୍ଷା ଭାଷା ଓଡ଼ିଆ ବଦଳରେ ତେଲେଗୁ ରହିଥିଲା । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ଆଉ ଥରେ ଓଡ଼ିଆରେ ପରୀକ୍ଷା ପାଇଁ ସୁଯୋଗ ଦେବାକୁ ଦାବି କରିଛନ୍ତି ପରିବାର ଲୋକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ