Sunday, October 4, 2026
24.6 C
Odisha

    ନକ୍ସଲ ସଂଗଠନରେ ଅନ୍ତର୍ଦ୍ବନ୍ଦ ତେଜିଲା: ସାଥୀ କ୍ୟାଡର ନକ୍ସଲକୁ ହତ୍ୟା କଲେ ନକ୍ସଲ

    ଆଗକୁ ପଢନ୍ତୁ

    ମାଲକାନଗିରି: ନକ୍ସଲ ସଂଗଠନରେ ଏବେ ଅନ୍ତର୍ଦ୍ବନ୍ଦ ତେଜିବାରେ ଲାଗିଛି। ଲଗାତାର ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଛି। ତେଲୁଗୁ କ୍ୟାଡର ନକ୍ସଲ ନେତା ବିଜୟ ରେଡ୍ଡୀ ଏବଂ ତାଂକ ସାଥୀ ରାଜନନ୍ଦଗାଓ-କାଂକେର ବଡର ଡିଭିଜନର ଏସିଏମ ପଦସ୍ଥ ବିଜ୍ଜାଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ପୁଲିସ ତରଫରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ତୁରନ୍ତ ନକ୍ସଲ ଆତ୍ମସମର୍ପଣ କରି ନିଜର ଜୀବନ ବଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ଆଜି ସୁଦ୍ଧା ୧୫୩ ଜଣ ନକ୍ସଲଙ୍କୁ ପୁଲିସ ମାରିଛି। ପ୍ରକାଶ ଥାଉକି ଗତ ୮ ମାସ ମଧ୍ୟରେ ମାଓ କ୍ୟାଡର ଡିକେଏସଜେଡସିର ସଦସ୍ୟ ଯୋଗନ୍ନା ଓ ରଣଧୀର, ଟିଏସସି ସଦସ୍ୟ, ସିଆରସି କମାଣ୍ଡର ସାଗର, ଡିଭିସିଏମ ବିନୟ, ଏସିଏମ ସଂଗୀତା,ପିପିସିଏମ ଲକ୍ଷ୍ମୀ ଭଳି ଆଗଧାଡିର ନକ୍ସଲଙ୍କର ମୃତ୍ୟୁ ହୋଇସାରିଲାଣି |

    ତେଲେଙ୍ଗାନା, ଓଡିଶା, ମହାରାଷ୍ଟ୍ର ସହ ଅନ୍ୟ ରାଜ୍ୟରେ ବଡ ବଡ କ୍ୟାଡର ନକ୍ସଲ ନିହତ ହେବା ପରେ ଏବେ ସ୍ଥାନୀୟ ଅଂଚଳରେ ସେହି ଅଂଚଳର କ୍ୟାଡର ନକ୍ସଲ ଛୋଟ ଛୋଟ ନକ୍ସଲ ଉପରେ ସଂଦେହ କରିବା ଆରମ୍ଭ କଲେଣି। ଯାହାଫଳରେ ସଂଗଠନରେ ଅନ୍ତର୍ଦ୍ବନ୍ଦ ଆରମ୍ଭ ହୋଇଛି ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି ପ୍ରକାଶ କରିଛନ୍ତି।

    ଏସିଏମ ବିଜ୍ଜା ରାଜନନ୍ଦଗାଓଁ-କାଂକେର ବଡର କମିଟିରେ କାର୍ଯ୍ୟ କରୁଥିଲେ। ତେବେ ତାଙ୍କ ଉପରେ ପୁଲିସ ଇନଫର୍ମର ବୋଲି ସନ୍ଦେହ କରି ତେଲୁଗୁ କ୍ୟାଡର ନକ୍ସଲ ବିଜୟ ରେଡ୍ଡୀ ତାଂକର ସାଥୀଙ୍କୁ ବିଜ୍ଜାକୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବସ୍ତର ଆଇଜି ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ ବସ୍ତର ଅଂଚଳର ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଡିଭିଜନରେ ବହୁ କ୍ଷତି ସହିଛି ସଂଗଠନ। ଏବେ ଦିଶା ବିହିନ ଏବଂ ନେତୃତ୍ବ ବିହିନ ହୋଇଛି ସଂଗଠନ।
    ବାହାର ମାଓବାଦୀମାନେ ସ୍ଥାନୀୟ ମାଓବାଦୀଙ୍କୁ କେବଳ ରକ୍ଷା କବଚ ହିସାବରେ ରଖିଛନ୍ତି। ପୁଲିସ ଏନକାଉଣ୍ଟରରେ କେବଳ ସ୍ଥାନୀୟ ମାଓବାଦୀ ହିଁ ମୃତ୍ୟୁବରଣ କରୁଥିବା ବେଳେ ବାହାର ମାଓବାଦୀ ଖସି ପଳାଇବାରେ ସକ୍ଷମ ହେଉଛନ୍ତି ବୋଲି ଆଇଜି କହିଛନ୍ତି। ତେଣୁ ବସ୍ତର ଆଇଜି ସମସ୍ତ ନକ୍ସଲଙ୍କୁ ଅନୁରୋଧ କରିଛନ୍ତି ଯେ ସଂଗଠନ ଛାଡି ଏବଂ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ଆପଣାନ୍ତୁ। ପୁଲିସ ସମସ୍ତଙ୍କୁ ସହଯୋଗ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ