Saturday, April 11, 2026
25.2 C
Odisha

    ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂ ସାଇନି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାବାସୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି। ବିଜେପି ରାଜ୍ୟ ସଭାପତି ନୟାବ ସିଂ ସାଇନି ମଙ୍ଗଳବାର ସନ୍ଧ୍ୟାରେ ହରିୟାଣାର ରାଜଭବନରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ଶପଥ ନେବା ସମୟରେ ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ନୟାବ ସିଂହ ଓବିସି ସମ୍ପ୍ରଦାୟର ଏବଂ କୁରୁକ୍ଷେତ୍ରରୁ ସାଂସଦ ଅଛନ୍ତି। ଆଜି ପୂର୍ବାହ୍ଣରେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହି ସମୟରେ କନୱର ପାଲ ଗୁର୍ଜର ମନ୍ତ୍ରୀ ଓ ଗୋପନୀୟତାର ଶପଥ ମଧ୍ୟ ନେଇଥିଲେ । କନୱର ପାଲ ଗୁର୍ଜର ଖଟ୍ଟର ସରକାରରେ ଶିକ୍ଷାମନ୍ତ୍ରୀ ଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ଦୁଷ୍ୟନ୍ତ ଚୌଟାଲାଙ୍କ ଦଳ ଜେଜେପିର ୪ ଜଣ ବିଧାୟକ ଦେବେନ୍ଦ୍ର ବବଲି, ଈଶ୍ୱର ସିଂହ, ଯୋଗୀରାମ ଓ ରାମ ନିବାସ ମଧ୍ୟ ଯୋଗ ଦେଇଥିଲେ। ତେବେ ଅନୀଲ ଭିଜ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ସେ ଦଳୀୟ ହାଇକମାଣ୍ଡଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ତାଙ୍କ ଜୁନିଅରମାନଙ୍କ ସହ କାମ କରିପାରିବେ ନାହିଁ। ଏହା ପୂର୍ବରୁ ନୟାବ ସିଂହ ସାଇନିବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ। ପରେ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1.3kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ