Tuesday, September 29, 2026
23.6 C
Odisha

    ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ନେତା ନୟାବ ସିଂ ସାଇନି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗୁରୁବାର ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ନୟାବ ସିଂ ସାଇନି। ଗୁରୁବାର ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ଶୀର୍ଷ ପଦବୀରେ ସେ ଦ୍ବିତୀୟ ଥର ପାଇଁ ଅବସ୍ଥାପିତ ହୋଇଛନ୍ତି।

    ତାଙ୍କ ଶପଥ ଗ୍ରହଣ ସମା‌ରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି। ହାଇ ପ୍ରୋଫାଇଲ୍ ସମାରୋହରେ ସାଇନିଙ୍କ ମନ୍ତ୍ରୀ ପରିଷଦ ମଧ୍ୟ ଶପଥ ଗ୍ରହଣ କରୁଛି।

    ବୁଧବାର ଚଣ୍ଡୀଗଡ଼ରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ସାଇନି ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଏହି ବୈଠକରେ ବିଜେପି ପର୍ଯ୍ୟବେକ୍ଷକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଅନୀଲ ବିଜ୍ ଏବଂ କୃଷ୍ଣ ବେଦୀଙ୍କ ଦ୍ୱାରା ସାଇନିଙ୍କ ନାମ ନେଇ ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ନବ ନିର୍ବାଚିତ ବିଧାୟକ ମାନେ ଏହାକୁ ସମର୍ଥନ କରିଥିଲେ। ଆଉ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା।

    ନିର୍ବାଚନର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ହରିୟାଣାରେ ବିଜେପିର ସ୍ଥିତି କିଛି ଠିକ୍ ନଥିଲା। କୃଷକ ଆନ୍ଦୋଳନ, କୁସ୍ତିଯୋଦ୍ଧାଙ୍କ ଅନସନ ଏବଂ ସରକାର ବିରୋଧୀ ପବନ ନେଇ ବ୍ୟାକଫୁଟରେ ରହିଥିଲା ଦଳ। ଏଭଳି ସ୍ଥିତିରେ ମନୋହର ଲାଲ ଖଟ୍ଟରଙ୍କୁ ହଟାଇ ନାଏବ ସିଂ ସୈନିଙ୍କ ହାତରେ ହରିୟାଣା ରାଜନୀତିର ଡୋର ଧରାଇଥିଲା ବିଜେପି। ମାତ୍ର ୮ମାସରେ ନିଜ ନେତୃତ୍ବ ବଳରେ ଦଳୀୟ ସଂଗଠନକୁ ଟ୍ରାକକୁ ଫେରାଇ ଆଣିବାରେ ସେ ସକ୍ଷମ ହୋଇଥିଲେ। ଫଳସ୍ବରୂପ ଗଲା ନିର୍ବାଚନରେ ଦଳକୁ ବମ୍ପର ବିଜୟ ମିଳିଥିବା ବେଳେ କେନ୍ଦ୍ରୀୟ ନେତୃତ୍ବଙ୍କ ଭରସା ଜିତିପାରିଛନ୍ତି ସାଇନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ