Thursday, October 1, 2026
22.8 C
Odisha

    ନିଟ୍ ପ୍ରସଙ୍ଗ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିଟ ପ୍ରସଙ୍ଗ ନେଇ ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଛନ୍ତି ବିରୋଧୀ। ନିଟ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀ ହୋହଲ୍ଲା କରିଥିଲେ। ଫଳରେ ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା ସୋମବାର ତଥା ଜୁଲାଇ ୧ ତାରିଖ ଯାଏ ମୁଲତବୀ ରଖିଛନ୍ତି। ଆଜି ଉଭୟ ରାଜ୍ୟ ସଭା ଏବଂ ଲୋକ ସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀମାନେ ନିଟ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଟ୍ ପ୍ରସଙ୍ଗ ଉଠାଇଥିଲେ। ବିରୋଧୀ ସଦସ୍ୟଙ୍କ ସହିତ ମିଶି ଏହି ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ବାଚସ୍ପତି ଓମ ବିର୍ଲା କିନ୍ତୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.8 ° C
    22.8 °
    22.8 °
    84 %
    1.2kmh
    15 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ