Friday, October 2, 2026
23.8 C
Odisha

    NEET-UG ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା, ଆଉ ଦୁଇଜଣଙ୍କୁ ଗିରଫ କରିଛି ସିବିଆଇ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : NEET-UG 2026 ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ଆଉ ଦୁଇଜଣଙ୍କୁ ଗିରଫ କରିଛି । ଯାହା ଫଳରେ ମୋଟ ଗିରଫ ସଂଖ୍ୟା ୧୩ରେ ପହଞ୍ଚିଛି । ​ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ​ଡା. ମନୋଜ ଶିରୁରେ ଓ ​ତେଜସ ହର୍ଷଦକୁମାର ଶାହ। ଡାକ୍ତର ମନୋଜ ଲାତୁରର ଜଣେ ଡାକ୍ତର, ଯିଏକି ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଥିଲେ। ସେ ପି.ଭି. କୁଲକର୍ଣ୍ଣିଙ୍କଠାରୁ କେମିଷ୍ଟ୍ରି ପ୍ରଶ୍ନ ହାସଲ କରି ତିନିଜଣ ଛାତ୍ରଙ୍କୁ ସାହାଯ୍ୟ କରିଥିଲେ। ତେଜସ ହର୍ଷଦକୁମାର ଶାହ ପୁଣେର ଅଭଙ୍ଗ ପ୍ରଭୁ ମେଡିକାଲ ଏକାଡେମୀ’ର ଜଣେ ପଦାର୍ଥ ବିଜ୍ଞାନ ଶିକ୍ଷକ। ସେ ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ହାବଲଦାରଙ୍କଠାରୁ ପଦାର୍ଥ ବିଜ୍ଞାନର ଲିକ୍ ପ୍ରଶ୍ନ ପାଇଥିଲେ।

    ​CBI ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ୪୯ଟି ସ୍ଥାନରେ ଚଢ଼ାଉ କରିଛି। ତଦନ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ​ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ, ଲାତୁର ଏବଂ ଅହଲ୍ୟାନଗର ଭଳି ସହରରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ​କେମିଷ୍ଟ୍ରି, ବାୟୋଲୋଜି ଏବଂ ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ର ପ୍ରକୃତରେ କେଉଁଠାରୁ ଲିକ୍ ହୋଇଥିଲା, ତାହା CBI ଚିହ୍ନଟ କରିଛି । ଜବତ ହୋଇଥିବା ସାମଗ୍ରୀଗୁଡିକର ବିସ୍ତୃତ ଯାଞ୍ଚ ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ