Friday, October 2, 2026
22.9 C
Odisha

    ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରହିଲା ନିଟ୍‌ ୟୁଜି କାଉନସେଲିଂ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ନ୍ୟାସନାଲ ଏଲିଜିବିଲିଟି କମ ପ୍ରବେଶିକା ପରୀକ୍ଷା (ଅଣ୍ଡର ଗ୍ରାଜୁଏଟ୍) ବା ନିଟ୍‌ ୟୁଜି ପାଇଁ କାଉନସେଲିଂ ଶନିବାର ଦିନ ହେବାର ଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ କରାଯାଇଛି। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାଉନ୍‌ସେଲିଂକୁ ସ୍ଥଗିତ ରଖାଯାଇଛି। କାଉନସେଲିଂ ପାଇଁ ନୂଆ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଇଣ୍ଡିଆ ଟୁଡେ ଟିଭି ସୂତ୍ରରୁ ପ୍ରକାଶ ଯେ ଜୁଲାଇ ୮ ରେ ଧାର୍ଯ୍ୟ ହୋଇଥିବା ଏହି ମାମଲାର ଶୁଣାଣି ପାଇଁ ପରୀକ୍ଷା କର୍ତ୍ତୃପକ୍ଷ ଅପେକ୍ଷା କରିବାକୁ ଚାହୁଁଛନ୍ତି। ଆରମ୍ଭରୁ ବିବାଦରେ ରହିଆସିଛି ଏଥରର ନିଟ୍ ପରୀକ୍ଷା । ଖାସ୍ କରି ଟପ୍ପରଙ୍କ ସଂଖ୍ୟା ଏବଂ ଗ୍ରେସ୍ ମାର୍କକୁ ନେଇ ଏହି ବିବାଦ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଥିଲା । ଏହାପରେ ଏନଟିଏ ଗତ ଜୁନ୍ ୨୩ ତାରିଖରେ ଏହାର ପରୀକ୍ଷା କରିଥିଲା । ପରୀକ୍ଷା ପରେ ଆଜି ଅର୍ଥାତ ଜୁଲାଇ ୬ ତାରିଖରେ ନିଟ୍ ୟୁଜି ପରୀକ୍ଷାର କାଉନିସେଲିଂ ହେବାର ଥିଲା । ହେଲେ ଆଜି ହେବାକୁ ଥିବା କାଉନସେଲିଂକୁ ସ୍ଥଗିତ କରିଦିଆଯାଇଛି । ଏଥିସହିତ ଖୁବଶୀଘ୍ର କାଉନସେଲିଂର ନୂଆ ତାରିଖ ଘୋଷଣା ହେବ ବୋଲି କୁହାଯାଇଛି । ଜ‌ାଣିବାକୁ ମିଳିଛି ଯେ ଏଥର ପରୀକ୍ଷାରେ ୧୫୬୩ ଛାତ୍ରଙ୍କୁ ଗ୍ରେସ୍ ମାର୍କ ଦିଆଯାଇଥିଲା। ୧୫୬୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସେତେବେଳେ କେବଳ ୮୧୩ ଜଣ ଛାତ୍ରଛାତ୍ରୀ ପୁଣିଥରେ ପରୀକ୍ଷା ଦେଇଥିଲେ । ଆଉ ପୁନଃ ପରୀକ୍ଷାରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କର ଆଜି କାଉନସେଲିଂ ହେବାର ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ