Wednesday, October 7, 2026
27.2 C
Odisha

    ଦିଲ୍ଲୀ ପ୍ରତି ଆତଙ୍କବାଦୀ ଆକ୍ରମଣ ଆଶଙ୍କା

    ଆଗକୁ ପଢନ୍ତୁ

    ସାଧାରଣତନ୍ତ୍ର ଦିବସ ପାଖେଇ ଆସୁଥିବାବେଳେ ରାଜଧାନୀ ଦିଲ୍ଲୀ ପ୍ରତି ଆତଙ୍କବାଦୀ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇଛି। ୨୬ ଜାନୁଆରି ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଓ ବାଂଲାଦେଶରେ ଥିବା ଆତଙ୍କବାଦୀ ସଙ୍ଗଠନ ଦିଲ୍ଲୀ ସମେତ ଅନ୍ୟ କେତେକ ସହରକୁ ଟାର୍ଗେଟ କରିପାରନ୍ତି ବୋଲି ଶନିବାର ଗୁଇନ୍ଦା ସଂସ୍ଥାପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ସୂତ୍ର ଅନୁଯାୟୀ, ପଞ୍ଜାବରେ ଗ୍ୟାଙ୍ଗଷ୍ଟରଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏହି ଗ୍ୟାଙ୍ଗଷ୍ଟରମାନେ ଖଲିସ୍ତାନୀ ଏବଂ ବିଦେଶରୁ କାର୍ଯ୍ୟ କରୁଥିବା ମୌଳବାଦୀ ହ୍ୟାଣ୍ଡଲରଙ୍କ ହାତରେ ମୋହରା ସାଜି ସେମାନଙ୍କ ପଦାତିକ ବାହିନୀ ପରି କାମ କରୁଛନ୍ତି। ବିଦେଶୀ ହ୍ୟାଣ୍ଡଲରମାନେ ସେମାନଙ୍କର ଏଜେଣ୍ଡାକୁ ଆଗକୁ ବଢାଇବା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ବାଧା ଦେବା ପାଇଁ ଅପରାଧିକ ନେଟୱାର୍କ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟରମାନେ ହରିୟାଣା, ଦିଲ୍ଲୀ-ଏନ୍‌ସିଆର୍‌, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ସକ୍ରିୟ ଅଛନ୍ତି। ସେମାନେ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ