Saturday, May 18, 2024
28.4 C
Odisha

    ନୂଆ–ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ 5T ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ମାଧ୍ୟମ । ୫ ବର୍ଷ ପରିଶ୍ରମ କଲେ ୫୦ ର୍ବଷ ଖୁସିରେ କଟିବ ଜୀବନ । ବ୍ରହ୍ମପୁର ଆମ୍ବପୁଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗଞ୍ଜାମ ତାଙ୍କ ପ୍ରିୟ ଜିଲ୍ଲା ବୋଲି ସେ କହିଛନ୍ତି । ଜୀବନରେ ସଫଳ ହେବାକୁ ହେଲେ ୬ଟି ଦିଗ ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦୋଇଛନ୍ତି । ଠାକୁର ଆମକୁ ସୁସ୍ଥ ଶରୀର ଉପହାର ଦେଇଛନ୍ତି। ଫିଜିକାଲ ଫିଟନେସ ପାଇଁ ଅଧଘଣ୍ଟା ବ୍ୟାୟାମ କରିବା ନିହାତି ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ପରାର୍ମଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ନିଜ ବୁଦ୍ଧିକୁ ଶାନ୍ତିରେ ଉପଯୋଗ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ସେ କହିଛନ୍ତି । ସେହିଭଳି ୧୫ ମିନିଟ ଯୋଗ କଲେ ଆପଣଙ୍କ ଏକାଗ୍ରତା ବଢିବ ବୋଲି ଛାତ୍ରଛାତ୍ରୀଙ୍କୁ ଉଚିତ ମାର୍ଗ ଦେଖାଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ଦିନକୁ ୧୪ ଘଣ୍ଟା କଠିନ ପରିଶ୍ରମ କଲେ ନିଶ୍ଚିତ ରୂପେ ସଫଳତା ପାଦ ଚୁମିବ ବୋଲି ସେ କହିଛନ୍ତି । ସେ ଏହାର ଉଦାହରଣ ଦେବାକୁ ଯାଇ କ୍ରିକେଟ କିମ୍ବଦନ୍ତି ସଚିନ ତେନ୍ଦୁଲକରଙ୍କ ପରାମର୍ଶ ଦେଇଛନ୍ତି । ବିଶ୍ବ କପ ହକି ବେଳେ ଅତିଥିଭାବେ ଓଡ଼ିଶା ଆସିଥିବା ବେଳ ସଚିନ ତେନ୍ଦୁଲକରଙ୍କ ସହ ଆଲୋଚନା କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା । ଏହି ସମୟରେ ସଫଳତା ପାଇଁ ଜୀବନରେ କଣ କରିବାକୁ ପଡିବ ବୋଲି ପଚାରିଥିବା ପ୍ରଶ୍ନର ଅତି ସରଳ ଉତ୍ତର ରଖିଥିଲ ସଚିିିନ । ସଫଳତା ପାଇଁ କଠିନ ପରିଶ୍ରମ ହିଁ ଏକ ମାତ୍ର ମାଧ୍ୟମ ସେ କହିଥିଲେ । ତେବେ ସୋସିଆଲ ମିଡ଼ିଆକୁ ଉପଯୁକ୍ତ କାର୍ୟ୍ୟରେ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.4 ° C
    28.4 °
    28.4 °
    51 %
    1.2kmh
    100 %
    Sat
    32 °
    Sun
    40 °
    Mon
    42 °
    Tue
    42 °
    Wed
    40 °

    ସମ୍ବନ୍ଧିତ