Sunday, August 2, 2026
29.7 C
Odisha

    ଥାଇଲାଣ୍ଡ : ପିତା ବହିଷ୍କୃତ ହେବା ପରେ ଝିଅ ହେଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ବ୍ୟାଙ୍କକ: ଥାଇଲାଣ୍ଡ ରାଜନୀତିରେ ଅସ୍ଥିରତା ଲାଗି ରହିଥିବା ବେଳେ ପେଟୋଙ୍ଗଟାର୍ଣ୍ଣ ସିନାୱାତ୍ରା ଦେଶର ସର୍ବକନିଷ୍ଠ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଥାଇଲାଣ୍ଡର ସଂସଦ ଶୁକ୍ରବାର ସିନାୱାତ୍ରାଙ୍କୁ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛି। ସେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଥାକ୍ସିନ ସିନାୱାତ୍ରାଙ୍କ ଝିଅ, ଯିଏକି ଅଦାଲତଙ୍କ ନିର୍ଦ୍ଦେଶରେ ବହିଷ୍କୃତ ହୋଇଥିଲେ। ପେଟଙ୍ଗଟାର୍ନଙ୍କ ବୟସ ମାତ୍ର ୩୭ ବର୍ଷ। ପେଟୋଙ୍ଗଟାର୍ଣ୍ଣ ହେଉଛନ୍ତି ଦେଶର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ।

    ଥାଇଲାଣ୍ଡ : ପିତା ବହିଷ୍କୃତ ହେବା ପରେ ଝିଅ ହେଲେ ପ୍ରଧାନମନ୍ତ୍ରୀ
    LatestLeadingଦେଶ- ବିଦେଶ
    By Sambad Digital Last updated Aug 16, 2024

    ସେୟାର
    ବ୍ୟାଙ୍କକ: ଥାଇଲାଣ୍ଡ ରାଜନୀତିରେ ଅସ୍ଥିରତା ଲାଗି ରହିଥିବା ବେଳେ ପେଟୋଙ୍ଗଟାର୍ଣ୍ଣ ସିନାୱାତ୍ରା ଦେଶର ସର୍ବକନିଷ୍ଠ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଥାଇଲାଣ୍ଡର ସଂସଦ ଶୁକ୍ରବାର ସିନାୱାତ୍ରାଙ୍କୁ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛି। ସେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଥାକ୍ସିନ ସିନାୱାତ୍ରାଙ୍କ ଝିଅ, ଯିଏକି ଅଦାଲତଙ୍କ ନିର୍ଦ୍ଦେଶରେ ବହିଷ୍କୃତ ହୋଇଥିଲେ। ପେଟଙ୍ଗଟାର୍ନଙ୍କ ବୟସ ମାତ୍ର ୩୭ ବର୍ଷ। ପେଟୋଙ୍ଗଟାର୍ଣ୍ଣ ହେଉଛନ୍ତି ଦେଶର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ।
    ADVERTISEMENT

    Sambad Whatsapp
    Sambad is now on WhatsApp
    Join and get latest news updates delivered to you via WhatsApp

    Promoted Content

    रीढ़ की हड्डी के भयानक दर्द से मुझे राहत दी इस सरल नुस्खे ने
    Atiya Herbs

    A Bhubaneswar Student Explains How To Get Your Eyesight Back In 7 Days
    Visiorax

    अगर पेट का लटकना जल्दी से दूर करना चाहते हैं तो ये पढ़ें
    SLIMO – Advance Fat Burner
    ଥାଇଲାଣ୍ଡର ରାଜନୈତିକ ହେଭିୱେଟ୍ ଥାକ୍ସିନ୍ ସିନାୱାତ୍ରାଙ୍କ ୩୭ ବର୍ଷୀୟା ଝିଅ ଗୃହ ଭୋଟ୍ ଜରିଆରେ ବିଜୟୀ ହୋଇଥିଲେ। ଏବେ ସେମାନେ ପରିବାରବାଦର ସମ୍ମୁଖୀନ ହେଉଛନ୍ତି। ଥାଇଲାଣ୍ଡର ପାଖାପାଖି ଦୁଇ ଦଶନ୍ଧି ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଥାକ୍ସିନ୍ ପରିବାର ପୁଣି ଥରେ କ୍ଷମତାକୁ ଫେରିଛି। ଠିକ ଭାବେ ଦାୟିତ୍ବ ନିର୍ବାହ ନ କରିବା ଅଭିଯୋଗରେ ଥାକ୍ସିନଙ୍କୁ କିଛି ଦିନତଳେ ଥାଇଲାଣ୍ଡର ସୁପ୍ରିମକୋର୍ଟ ପଦଚ୍ୟୁତ କରିଥିଲେ ।

    ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ନିଜର ପ୍ରଥମ ଗଣମାଧ୍ୟମ ମନ୍ତବ୍ୟରେ ପେଟୋଙ୍ଗଟାର୍ଣ୍ଣ କହିଛନ୍ତି” ମୋ ପିତା, ପରିବାର ଏବଂ ଦଳର ଲୋକଙ୍କ ସହ କଥା ହେଲି, ତା’ପରେ ସ୍ଥିର କଲି ଯେ ଦେଶ ଏବଂ ଦଳ ପାଇଁ କିଛି କରିବାର ସମୟ ଆସିଛି। ମୁଁ ଆଶା କରୁଛି ଦେଶକୁ ଆଗକୁ ନେବା ପାଇଁ ମୁଁ ଯଥାସମ୍ଭବ ଚେଷ୍ଟା କରିପାରିବି। ମୁଁ ତାହା କରିବାକୁ ଚେଷ୍ଟା କରୁଛି । ଆଜି ମୁଁ ସମ୍ମାନିତ ଅନୁଭବ କରୁଛି ଏବଂ ମୁଁ ବହୁତ ଖୁସି ଅନୁଭବ କରୁଛି |”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    69 %
    2.7kmh
    82 %
    Sun
    31 °
    Mon
    31 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ