Sunday, September 8, 2024
24.3 C
Odisha

    ବେଦାନ୍ତ ଲାଞ୍ଜିଗଡ଼ ଓଡ଼ିଶାର ଗ୍ରାମାଞ୍ଚଳରେ ନୂଆ ଜୀବିକା ପ୍ରକଳ୍ପର ଶୁଭାରମ୍ଭ କରିଛି । ପ୍ରକଳ୍ପ ଜରିଅ।।ରେ ଆଗାମୀ ୫ ବର୍ଷରେ ୨୦,୦୦୦ ଲୋକଙ୍କୁ ସ୍ଥାୟୀ ଜୀବିକା ପ୍ରଦାନ କରିବ

    ଆଗକୁ ପଢନ୍ତୁ

    ବେଦାନ୍ତ ଆଲୁମିନିୟମ ଲିମିଟେଡ, ଲାଞ୍ଜିଗଡ଼଼, ଭାରତର ଅଗ୍ରଣୀ ସ୍ମେଲଟର ଗ୍ରେଡର ଆଲୁମିନିୟମ ନିର୍ମାତା ନିକଟରେ ସଙ୍ଗମ: ଜୀବନ ପ୍ରକୃତି ଓøର ସଂସ୍କୃତିକା ଏକ ମିଲନ ପ୍ରକଳ୍ପ ଶୁଭାରମ୍ଭ କରିଛି । ଏହା ଜଳବାୟୁ ସ୍ଥିର ବିକାଶ ମାଧ୍ୟମରେ ଗ୍ରାମୀଣ ଚାଷୀଙ୍କୁ ସହାୟତା କରିବାକୁ ଲକ୍ଷ୍ୟ ରଖିଛି ଓ ଏହି ପ୍ରକଳ୍ପ ୪୦ଟିରୁ ଅଧିକ ଗାଁରେ ଗଠନ ଓ ୫୦୦ରୁ ଅଧିକ ହୀତାଧିକାରୀ ଉପକୃତହୋଇଛନ୍ତି ।
    କଳାହାଣ୍ଡି ମୁଖ୍ୟତଃ ଏକ କୃଷିଅଞ୍ଚଳ ଓ ଏଠାରେ ସୀମିତ ଜୀବିକା ସୁଯୋଗ ରହିଛି । ଏଠାରେ ମଧ୍ୟ କମ ବୃଷ୍ଟିପାତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ସଙ୍ଗମକୁ ପ୍ରାକୃତିକ ସମ୍ପଦ ପରିଚାଳନା ଓ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ସହ ଏକୀଭୂତ କରି ଅଞ୍ଚଳର ସାମାଜିକ- ଅର୍ଥନୈତିକ ବିକାଶକୁ ବୃଦ୍ଧି କରିବା ପାଇଁ ବ୍ୟାପକ ରୋଡମ୍ୟାପ ଗଠନ କରାଯାଇଛି ।

    କୃଷକ ଉତ୍ପାଦକ କଂମ୍ପାନି (ଏଫପିସି)ର ଏହି ହସ୍ତକ୍ଷେପ ମଧ୍ୟରେ କ୍ଷୁଦ୍ରଚାଷୀମାନଙ୍କର ଏକ ଫେଡେରେସନ ଜରିଆରେ ସ୍ଥାୟୀ ଓ ଲାଭଜନକ ଅଣକୃଷିଭିତିକ କାର୍ୟ୍ୟକଳାପରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ । କେବଳ ମହିଳା କୃଷକମାନେ ମହୁମାଛି ପରି ଉଦ୍ୟୋଗ କରିସାରିଛନ୍ତି ।

    କ୍ରମାଗତ ଉତ୍ପାଦନ ଓ ଅମଳର ସର୍ବାଧିକସ୍ତର ହାସଲ କରିବାକୁ ବିଭିନ୍ନ କୃଷି ଅଭ୍ୟାସ ନିୟୋଜିତ କରିବାକୁ ହେବ । ଫସଲକୁ ସମର୍ଥନ କରିବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ ଉପରେ ଗୁରୁତ୍ୱ ଦିଆଯିବ । କୃଷକମାନେ କିପରି ଅଧିକରୁ ଅଧିକ ଆୟ କରିପାରିବେ ତାହାଉପରେ ଧ୍ୟାନ ଦିଆଯିବାକୁ ପ୍ରକଳ୍ପ ଲକ୍ଷ୍ୟ ରଖିଛି ।

    ଭୂତଳ ଜଳସଂରକ୍ଷଣ ଓ ଜଳ ଉପଲବ୍ଧତା ବୃଦ୍ଧି ଲାଗି ପ୍ରକଳ୍ପ ସଙ୍ଗମ ଅଧିନରେ ଅନେକ ଜଳସଂପଦ ବିକଶିତ ହେବ । ଏଥିରେ ଅତିରିକ୍ତ ସଂରକ୍ଷଣ ବ୍ୟବସ୍ଥା ଓ ପୋଖରୀ ନିର୍ମାଣ, କେନାଲ ଗୁଡ଼ିକର ପୁନଃଥଇଥାନ, ଫସଲର ବିବିଧକରଣ ଓ ପଶୁପାଳନ ଉପରେ ଗୁରୁତ୍ୱ ଦିଆଯିବ । ଏହି ଅଞ୍ଚଳର ୬୦%ରୁ ଅଧିକ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯିବ ।

    ଏହି ପ୍ରକଳ୍ପ ଉପରେ ମତ ଦେଇ ପ୍ରଣବ କୁମାର ଭଟାଚାର୍ୟ୍ୟ, ସିଇଓ-ଆଲୁମିନା ବ୍ୟବସାୟ, ବେଦାନ୍ତଲିଃ କହିଛନ୍ତି ଯେ ଅଣସଂରକ୍ଷିତ ଗୋଷ୍ଠୀ ପାଇଁ ନିରନ୍ତର ଜୀବିକା ନିର୍ବାହ କରିବା ଓ ଏହି ଅଂଚଳର ସମାଜିକ ଆର୍ଥିକ ଉନ୍ନତି ପାଇଁ ଏକ ଇକୋସିଷ୍ଟମର ବିକାଶ କରାଯାଇ ସ୍ଥାୟୀ ଜୀବିକା ନିର୍ବାହକୁ ସୁଗମ କରାଯିବ । ପ୍ରକଳ୍ପ ସଂଗମ ଆମ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବାରେ ସହଯୋଗ କରିବ ।

    ଶଙ୍କର ଚଣ୍ଡି କଳାହାଣ୍ଡି ଜିଲ୍ଲା ଜଣେ କୃଷକ ସେ ତାଙ୍କର କୃତଜ୍ଞତା ଜଣାଇ କହିଛନ୍ତି ଯେ ଏହାପୂର୍ବରୁ କଳାହାଣ୍ଡି ଏହାର ସ୍ୱାଦ ଓ ରଙ୍ଗ ହେତୁ ଜାଗା ପାଇଁ ଜଣାଶୁଣା ଥିଲା । କିନ୍ତୁ ଜଳବାୟୁର ଚରମ ପ୍ରଭାବ ଓ ଜଳାଭାବ ହେତୁ ଆଖୁ ଫସଲ କାର୍ୟ୍ୟକ୍ଷମ ନୁହେଁ । ଆଜି ଏହି ପ୍ରକଳ୍ପ ମାଧ୍ୟମରେ ଆମେ ଏହାର ଉତ୍ପାଦନକୁ ପୁଣିଥରେ ଆରମ୍ଭ କରିବୁ । ସଠିକ କୃଷି ଅଭ୍ୟାସ ଓ ଜଳପରିଚାଳନା ହେବା ଦ୍ୱାରା ଆମେ ଆୟ ପାଇବାକୁ ସକ୍ଷମ ହେବୁ ବୋଲି ବିଶ୍ୱାସ ରହିଛି ।

    ବେଦାନ୍ତ ଲାଞ୍ଜିଗଡ଼଼଼ର ସାମାଜିକ ପଦକ୍ଷେପ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଭିତିଭୂମି, ମହିଳାସଶକ୍ତିକରଣ, ପରିମଳ, ପରିବେଶର ଉନ୍ନତି ଓ ତୃଣମୂଳସ୍ତରୀୟକ୍ର୍ରୀଡ଼ା ପ୍ରତି ସମର୍ଥନ ସହ ଗୋଷ୍ଠୀର ଉନ୍ନତି ପାଇଁ ପ୍ରତିବଦ୍ଧ ଓ ୬୭ରୁ ଅଧିକ ଗ୍ରାମରେ ଏହାର କାର୍ୟ୍ୟକ୍ରମକୁ ବିସ୍ତାର କରିଛି । ଏହାର ୩୭୮ରୁ ଅଧିକ ଏସଏଚଜିରେ ୪୦୦୦ରୁ ଅଧିକ ମହିଳାଙ୍କୁ ସଶକ୍ତ କରିଛି । ବାର୍ଷିକ ପ୍ରାୟ ୬୦,୦୦୦ ଲୋକଙ୍କୁ ଗୁଣମାନର ଓ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛି । ଲାଞ୍ଜିଗଡ଼଼଼ରେ ଶିକ୍ଷାର ପ୍ରସାର ଲାଗି ଡିଏଭି ଆନ୍ତର୍ଜାତିକ ବିଦ୍ୟାଳୟ ପ୍ରତିଷ୍ଠା କରିଛି । ଉଲ୍ଲେଖନୀୟ ପଦକ୍ଷେପ ଯଥା ନନ୍ଦଘର ଆଧୁନିକ ଅଙ୍ଗନବାଡ଼ି ଜରିଆରେ ୪୦୦୦ରୁ ଅଧିକ ପିଲା ଓ ୮୦୦ ମହିଳାଙ୍କ ପୋଷଣ କରୁଛି ।ସମାଜରେ ମା ଓ ଶିଶୁମାନଙ୍କ ଯତ୍ନ ପାଇଁ କାର୍ଯ୍ୟ କରୁଛି । ଆହୁରି ମଧ୍ୟ ଗ୍ରାମୀଣ ଯୁବକ ମାନଙ୍କ ଶିକ୍ଷାର ବିକାଶ ଲାଗି ସେମାନଙ୍କ ସାମଗ୍ରିକ ବିକାଶ ପ୍ରତି ଯତ୍ନବାନ ରହିଛି । ଅଂଚଳରେ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ କ୍ରୀଡ଼ା ଟୁର୍ନାମେଣ୍ଟ ଓ ପ୍ରତିଯୋଗିତାମାନ ଆୟୋଜନ କରୁଛି ଓ ୨୦୦ ଯୁବକଙ୍କୁ ସଶକ୍ତ କରିପାରିଛି ।

    ବେଦାନ୍ତ ଆଲୁମିନିୟମ ବେଦାନ୍ତ ଲମିଟେଡର ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକବର୍ଷ ୨୪ରେ ୨.୩୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସ ଆଣ୍ଡ ପି ଗ୍ଲୋବାଲ କର୍ପୋରେଟସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ରାଙ୍କଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାର ପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    91 %
    0.9kmh
    87 %
    Sun
    29 °
    Mon
    30 °
    Tue
    27 °
    Wed
    29 °
    Thu
    30 °

    ସମ୍ବନ୍ଧିତ