Thursday, July 10, 2025
24.5 C
Odisha

ସାର୍ବଜନୀନ ଶୌଚାଳୟରୁ ମିଳିଲା ୯ଟି ବୋମା, ଲୋକେ ଆତଙ୍କିତ

ଆଗକୁ ପଢନ୍ତୁ

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ପବ୍ଲିକ ଶୌଚାଳୟରୁ ୯ଟି ବୋମା ମିଳିଛି । ବୋମା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସାର୍ବଜନୀନ ଶୌଚାଳୟର ୨ଟି ବ୍ୟାଗରେ ଭର୍ତ୍ତି ହୋଇ ୯ଟି ବୋମା ରହିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ବୋମା ଭର୍ତ୍ତି ବ୍ୟାଗ ଦୁଇଟି ମୁର୍ଶିଦାବାଦ ଜିଲ୍ଲର ବରନ୍ୟା ପୋଲିସ ଷ୍ଟେସନ ନିକଟ ସୋଥିୟା ସାର୍ବଜନୀନ ଶୌଚାଳୟରେ ମିଳିଛି ।

ତେବେ ସାର୍ବଜନୀନ ଶୌଚାଳୟରେ ବୋମା ମିଳିବା ପରେ ପୋଲିସ ଘଟଣାର ଯାଞ୍ଚ କରୁଛି । ବୋମା ଭର୍ତ୍ତି ବ୍ୟାଗ କିଏ ଶୌଚାଳୟରେ ରଖିଲା, ତାହାକୁ ପୋଲିସ ପଚରାଉଚରା କରୁଛି । ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ମଧ୍ୟ ଯାଞ୍ଚ କରୁଛି । ଏତେ ମାତ୍ରାରେ ବୋମା ମିଳିବା ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ।

ସାର୍ବଜନୀନ ଶୌଚାଳୟକୁ ଅଧିକ ସଂଖ୍ୟାରେ ଲୋକ ବ୍ୟବହାର କରୁଛନ୍ତି । ସବୁଠାରୁ ଅଧିକ କାମ କରୁଥିବା ଲୋକ ଏଠାକୁ ଆସନ୍ତି । ସୋମବାର ଦିନ ଜଣେ ଶ୍ରମିକ ଏହି ବ୍ୟାଗ ଦେଖିବା ପରେ ଡ୍ୟୁଟିରେ ଥିବା ଗାର୍ଡଙ୍କୁ ଖବର ଦେଇଥିଲେ । ସନ୍ଦିଗ୍ଧ ଅବସ୍ଥାରେ ରହିଥିବାରୁ କେହି ଖୋଲିନଥିଲେ, ଏହାପରେ ପୋଲିସକୁ ଖବର ଦେଇଥିଲେ ।

ଦୁଇଟି ବ୍ୟାଗରେ ୯ଟି ଅଫୁଟା ବୋମା ପୋଲିସକୁ ମିଳିଛି । ପୋଲିସ ବୋମା ନିରୋଧକ ସ୍କ୍ଵାର୍ଡକୁ ଖବର ଦେଇ ବୋମାକୁ ଜବତ କରିଛି ।

 

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
24.5 ° C
24.5 °
24.5 °
90 %
1.9kmh
100 %
Thu
28 °
Fri
31 °
Sat
30 °
Sun
31 °
Mon
29 °

ସମ୍ବନ୍ଧିତ