Saturday, July 27, 2024
24.5 C
Odisha

    ଆମେରିକାରେ ପ୍ରଥମଥର ପାଇଁ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ : ଦୁନିଆରେ କେଉଁ ଦେଶରେ କିଭଳି ଦିଆଯାଏ ମୃତ୍ୟୁଦଣ୍ଡ ?

    ଆଗକୁ ପଢନ୍ତୁ

    ଆମେରିକାରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୫୮ ବର୍ଷୀୟ କେନେଥ ୟୁଗେନ ସ୍ମିଥଙ୍କୁ ଆଲବାମା ଜେଲରେ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଛି । ପ୍ରଥମ ଥର ପାଇଁ ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ଏଭଳି ପଦ୍ଧତିରେ ମୃତ୍ଯୁଦଣ୍ଡ ଦିଆଯାଇଛି । ଏହି କାରଣରୁ ମୃତ୍ୟୁ ଦଣ୍ଡକୁ ନେଇ ବିତର୍କ ପୁଣି ଥରେ ତୀବ୍ର ହୋଇଛି । ଏହା ବ୍ୟତୀତ ଏହାର ପଦ୍ଧତି ଉପରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି । ସଜା-ଏ-ମୌତ ବା ମୃତ୍ୟୁଦଣ୍ଡ ଶତାବ୍ଦୀ ଶତାବ୍ଦୀ ଧରି ଦିଆଯାଉଛି । ଏହି ବିଷୟରେ ଅନେକ ଥର ବିତର୍କ ଚାଲିଛି ଏବଂ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ କି ନୁହେଁ ତାହା ଏକ ବିବାଦର ବିଷୟ ହେଇ ରହିଆସିଛି । ଯଦି ଏହାକୁ ଦିଆଯିବା ଉଚିତ୍, ତେବେ ଏହାର ପଦ୍ଧତି କ’ଣ ହେବା ଉଚିତ୍ । ଏସବୁ ବିତର୍କ ମଧ୍ୟରେ ଆମେରିକାରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କୁ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଛି । ଏହି କାରଣରୁ ମୃତ୍ୟୁ ଦଣ୍ଡକୁ ନେଇ ବିତର୍କ ପୁଣି ଥରେ ତୀବ୍ର ହୋଇଛି । ଏହା ବ୍ୟତୀତ ଏହାର ପଦ୍ଧତି ଉପରେ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି ।

    ଆସନ୍ତୁ ଜାଣିବା ଗ୍ୟାସ୍ ଦ୍ଵାରା  ମୃତ୍ୟୁଦଣ୍ଡ ପାଇଁ ଆମେରିକା ପ୍ରଥମ ଥର ପାଇଁ କେଉଁ ପଦ୍ଧତି ଗ୍ରହଣ କଲା ଏବଂ ବିଶ୍ବର କେଉଁ ଦେଶରେ କେଉଁ ଉପାୟରେ ମୃତ୍ୟୁଦଣ୍ଡ ଦିଆଯାଏ ।

    ଫେସମାସ୍କ ପିନ୍ଧାଇ ନାଇଟ୍ରୋଜେନ ଛଡାଗଲା

    ଆମେରିକାରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୫୮ ବର୍ଷୀୟ କେନେଥ ୟୁଗେନ ସ୍ମିଥଙ୍କୁ ଆଲବାମା ଜେଲରେ ମୃତ୍ଯୁଦଣ୍ଡ ଦିଆଯାଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, କେନେଥ ଇଉଜିନ୍ ସ୍ମିଥଙ୍କୁ ପ୍ରଥମେ ଏକ ଫେସମାସ୍କ ପିନ୍ଧିଇ ଦିଆଯାଇଥିଲା । ତା’ପରେ ମାସ୍କ ମଧ୍ୟରେ ନାଇଟ୍ରୋଜେନ୍ ଗ୍ୟାସ୍ ଛଡା ଯାଇଥିଲା । ଏହି କାରଣରୁ, ସ୍ମିଥଙ୍କ ଶରୀରରେ ଧୀରେ ଧୀରେ ଅମ୍ଳଜାନ ଅଭାବ ହୋଇ ସେ ନିସ୍ତେଜ ହୋଇ ମୃତ୍ୟୁ ବରଣ କରିଥିଲେ । ପ୍ରଥମ ଥର ପାଇଁ ଆମେରିକାରେ ଏହି ଉପାୟରେ ମୃତ୍ୟୁଦଣ୍ଡ ଦିଆଯାଇଛି । ଏହାପୂର୍ବରୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଅପରାଧୀଙ୍କୁ ବିଷ ଇଞ୍ଜେକ୍ସନ ଦିଆଯାଉଥିଲା । ୧୯୮୨ ମସିହାରେ ଏହି ବିଷ ଇଞ୍ଜେକ୍ସନ  ପଦ୍ଧତି ଆରମ୍ଭ କରାଯାଇଥିଲା । ସେବେଠାରୁ ଏହି ପଦ୍ଧତି ବ୍ୟବହୃତ ହେଇ ଆସୁଛି । ଉଲ୍ଲେଖଥାଉ କି ଆମେରିକାରେ ଏହା ବ୍ୟତୀତ ବିଦ୍ୟୁତ୍ ଚେୟାର ଦ୍ଵାରା ତଥା ଗୁଳିକରି ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି ।

    ୭୩ ଟି ଦେଶରେ ଲୋକଙ୍କୁ ଗୁଳି କରି ମୃତ୍ଯୁଦଣ୍ଡ  

    କେବଳ ଆମେରିକାରେ ନୁହେଁ, ସାରା ବିଶ୍ୱର ଅନେକ ଦେଶରେ ମୃତ୍ୟୁଦଣ୍ଡ ପାଇଁ ବ୍ୟବସ୍ଥା ରହିଛି । ଏହାକୁ କାର୍ଯ୍ୟକାରୀ କରିବାର ଭିନ୍ନ ଭିନ୍ନ ଉପାୟ ଅଛି ।  ଅନେକ ଦେଶ କେବଳ ଗୋଟିଏ ପଦ୍ଧତି ବ୍ୟବହାର କରୁଥିବାବେଳେ ଅନେକ ଦେଶରେ ଏକରୁ ଅଧିକ ପଦ୍ଧତି ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥାଏ । ଦୁନିଆରେ ୫୮ ଟି ଦେଶ ଏମିତି ଅଛି ଯେଉଁଠାରେ ଆଜି ମଧ୍ୟ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ଫାଶୀ ଦିଆଯାଇଥାଏ ।  ତଥାପି ବହୁଳ ଭାବରେ ବ୍ୟବହୃତ ପଦ୍ଧତି ହେଉଛି ଗୁଳି କରି ହତ୍ୟା ।

    ପୃଥିବୀର ୭୩ ଟି ଦେଶରେ ଗୁଳି ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଏ

    ଏହି ୭୩ ଟି ଦେଶ ମଧ୍ୟରୁ ୪୫  ଦେଶ ଏମିତି ଅଛି ଯେଉଁଠାରେ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ କେବଳ ଗୁଳି ଚାଳନା କରାଯାଇଥାଏ । ଏଠାରେ ଫାୟାରିଂ ସ୍କାଡ୍ ଏହି ଦଣ୍ଡକୁ କାର୍ଯ୍ୟକାରୀ କରିଥାଏ ।

    ଭାରତ ସମେତ ୩୩ ଟି ଦେଶରେ ଫାଶୀ ଦିଆଯାଏ

    ବିଶ୍ବର ୩୩ ଟି ଦେଶରେ ଫାଶୀ ଦ୍ଵାରା ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ତା ରହିଛି । ଭାରତ ଏଥି ମଧ୍ୟରୁ ଗୋଟିଏ । ଏଗୁଡ଼ିକ ହେଉଛି ସେହି ଦେଶ ଯେଉଁଠାରେ କେବଳ ଫାଶୀ ମୃତ୍ୟୁଦଣ୍ଡ ପାଇଁ ବ୍ୟବହୃତ ହୁଏ । ସମଗ୍ର ବିଶ୍ୱରେ ଛ’ ଟି ଦେଶ ଅଛି ଯେଉଁଠାରେ ପଥର ମାରି ମୃତ୍ୟୁଦଣ୍ଡ ଦିଆଯାଏ, ପାଞ୍ଚଟି ଦେଶରେ ଏହି ଦଣ୍ଡ ବିଷାକ୍ତ ଇଞ୍ଜେକ୍ସନ୍ ଦ୍ୱାରା ଦିଆଯାଏ । ତିନୋଟି ଦେଶ ଅଛି ଯେଉଁଠାରେ ମୃତ୍ୟୁଦଣ୍ଡ ଦେବା ପାଇଁ ମୁଣ୍ଡ କାଟି ଦିଆଯାଇଥାଏ ।  ମୃତ୍ୟୁଦଣ୍ଡ ଦେବାରେ ବିଶ୍ବର ୫୮  ଟି ଦେଶ ଆଗରେ ଥିବାବେଳେ ୯୭ ଟି ଦେଶ  ଯେଉଁଠାରେ ଏହି ଦଣ୍ଡର ବ୍ୟବସ୍ଥା ରଦ୍ଦ କରାଯାଇଛି । ଆହୁରି ଅନେକ ଦେଶ ଅଛି ଯେଉଁଠାରେ କେବଳ ଯୁଦ୍ଧ ସମୟରେ ମୃତ୍ୟୁଦଣ୍ଡ ଦିଆଯାଏ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ