Monday, October 5, 2026
21.7 C
Odisha

    ମଧ୍ୟାହ୍ନ ଭୋଜନ‌ରେ ଛାତ୍ରଙ୍କୁ ଭାତ ସହ ଦିଆଗଲା ଲଙ୍କା ଗୁଣ୍ଡ

    ଆଗକୁ ପଢନ୍ତୁ

    ମଧ୍ୟାହ୍ନ ଭୋଜନ‌ରେ ଛାତ୍ରଙ୍କୁ ଭାତ ସହ ଦିଆଗଲା ଲଙ୍କା ଗୁଣ୍ଡ। ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଘଟିଛି ଏଭଳି ଘଟଣା। ଜିଲ୍ଲାର କୋଠାପଲ୍ଲୀ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଲଙ୍କା ଗୁଣ୍ଡ ଦିଆଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସ୍କୁଲରେ ମଧ୍ୟାହ୍ନ ଭୋଜନ ଦେଉଥିବା ଏଜେନ୍ସି ଛାତ୍ରମାନଙ୍କୁ ଲଙ୍କା ଗୁଣ୍ଡ ଏବଂ ତେଲ ମିଶା ଭାତ ପରଷି ଥିଲେ। ଯେତେବେଳେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ ହେଲା, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଏନ ଦୁର୍ଗାପ୍ରସାଦ ଏହାର ଅନୁସନ୍ଧାନ କରିଥିଲେ। ବର୍ତ୍ତମାନ ବିଆରଏସ କାର୍ଯ୍ୟକାରୀ ସଭାପତି କେ.ଟି.ଆର ନିଜାମାବାଦ ମଧ୍ୟାହ୍ନ ଭୋଜନ ପ୍ରସଙ୍ଗକୁ ନିନ୍ଦା କରିଛନ୍ତି ଏବଂ ପିଲାମାନଙ୍କୁ କାହିଁକି ଲଙ୍କା ଗୁଣ୍ଡ ସହିତ ଭାତ ଦିଆଯାଉଛି ସେ ନେଇ ଉତ୍ତର ମାଗିଛନ୍ତି।
    ସୂଚନା ମୁତାବକ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୦ଜଣ ଛାତ୍ର ଅଧ୍ୟୟନ କରନ୍ତି। ଲଙ୍କା ଗୁଣ୍ଡ ସହିତ ତେଲ ମିଶା ଭାତ ଦିଆଯିବା ନେଇ ଖବର ମିଳିବା ପରେ ରବିବାର ଦିନ ନିଜାମାବାଦ ଡିଇଓ ଏନ ଦୁର୍ଗାପ୍ରସାଦ, ବିଭାଗୀୟ ଶିକ୍ଷା ଅଧିକାରୀ (ଏମଇଓ), ସ୍କୁଲର ପ୍ରଧାନଶିକ୍ଷକ ତଥା ଅନ୍ୟ ଅଧିକାରୀମାନେ କୋଠାପାଲ୍ଲୀ ପରିଦର୍ଶନ କରି ତଦନ୍ତ କରିଥିଲେ। ଜଣେ ଶିକ୍ଷକ ଅନୁସନ୍ଧାନକାରୀ ଅଧିକାରୀଙ୍କୁ କହିଥିଲେ ଯେ, ଡାଲି ଭଲ ନଲାଗିବାରୁ ଅନେକ ଛାତ୍ର ଖାଦ୍ୟ ଫିଙ୍ଗି ଦେଇଥିଲେ। ପରେ, ଯେତେବେଳେ ଛାତ୍ରମାନେ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିଲେ, ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଏଜେନ୍ସି ଦ୍ୱାରା ଲଙ୍କା ଗୁଣ୍ଡ ସହିତ ତେଲ ମିଶା ଭାତ ଦିଆଯାଇଥିଲା।

    ଏନେଇ ଏଜେନ୍ସିର ଆୟୋଜକ ସୁଶୀଲାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଡାଲି ଅଧିକ ସିଝି ଯାଇଥିବାରୁ ଖାଇବାକୁ ଭଲ ଲାଗୁନଥିଲା। ଏହା ପରେ କିଛି ଛାତ୍ର ଲଙ୍କା ଗୁଣ୍ଡ ସହିତ ତେଲ ମାଗିଥିଲେ। ଏଭଳି ଭୁଲ ଆଗକୁ ହେବ ନାହିଁ। ମୋତେ କ୍ଷମା କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ