Monday, October 5, 2026
29.1 C
Odisha

    ଶିକ୍ଷା ଦେବାକୁ ନାହାନ୍ତି ଶିକ୍ଷକ: ଖତ ଖାଉଛି କମ୍ପ୍ୟୁଟର

    ଆଗକୁ ପଢନ୍ତୁ

    ମାଲକାନଗିରି: ‘ସରକାର କା ମାଲ, ଦରିଆ ମେ ଡାଲ’ ସଦୃଶ୍ୟ ସ୍କୁଲଗୁଡ଼ିକରେ କୋଟି କୋଟି ଟଂକାର କମ୍ପ୍ୟୁଟର ଏବେ ଖତ ଖାଉଛି। ସ୍କୁଲ ପାଠ୍ୟକ୍ରମରୁ ହିଁ ପିଲାମାନେ କମ୍ପ୍ୟୁଟର ବିଷୟରେ ଜାଣିବା ସହ ସମସ୍ତ ଦକ୍ଷତା ହାସଲ କରିବା ନେଇ ସରକାର ପ୍ରତ୍ୟେକ ହାଇସ୍କୁଲମାନଙ୍କରେ ଆସିଟି ଲ୍ୟାବ ନିର୍ମାଣ କରିଥିଲେ। କିନ୍ତୁ ସରକାରଙ୍କର ଯୋଜନା ପିଲାଙ୍କ ପାଇଁ କୌଣସି ଫଳପ୍ରଦ ହୋଇପାରିଲା ନାହିଁ।
    ପ୍ରଥମେ ୨୦୧୪ରେ ଆସିଟି ଲ୍ୟାବ କରି ଜିଲ୍ଲାର ୩୩ଟି ବିଦ୍ୟାଳୟକୁ କମ୍ପ୍ୟୁଟର ପ୍ରଦାନ କରାଯିବା ସହ କମ୍ପ୍ୟୁଟର ଶିକ୍ଷା ଦେବା ପାଇଁ ଜଣେ ଜଣେ ଶିକ୍ଷକ ମଧ୍ୟ ନିଯୁକ୍ତି କରାଗଲା। ଜିଲ୍ଲାର କୋରକୋଣ୍ଡା ବ୍ଲକର ୧୦ଟି ବିଦ୍ୟାଳୟକୁ କମ୍ପ୍ୟୁଟର ପ୍ରଦାନ କରାଯାଇଥିବା ବେଳେ କାଲିମେଳା ବ୍ଲକର ୪ଟି ହାଇସ୍କୁଲ, ଖଇରପୁଟ ବ୍ଲକରେ ୨ଟି ହାଇସ୍କୁଲ, କୁଡମୁଲୁଗୁମ୍ମା ବ୍ଲକରେ ୨ଟି ହାଇସ୍କୁଲ, ମାଲକାନଗିରି ବ୍ଲକରେ ୫ଟି, ମାଥିଲି ବ୍ଲକରେ ୬ଟି ହାଇସ୍କୁଲ ଏବଂ ପଡିଆ ବ୍ଲକରେ ୫ଟି ହାଇସ୍କୁଲକୁ କମ୍ପ୍ୟୁଟର ପ୍ରଦାନ କରାଯାଇଥିଲା। ସେତେବେଳେ ପିଲା କମ୍ପ୍ୟୁଟର କଣ ଜାଣିଲେ ଏବଂ କିଛି ଶିକ୍ଷା ଲାଭ କରୁଥିବା ବେଳେ ହଠାତ୍ ସମସ୍ତ ଶିକ୍ଷକଙ୍କୁ ଏଥିରୁ ଛଟେଇ କରାଯାଇ ୨୦୧୯ରେ ୫-ଟି ନିୟମ ଆସିଲା।
    ସେହିପରି ଜିଲ୍ଲାର ଦୁର୍ଗମ ସ୍କୁଲ ହେଉଛି ସେରପାଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲରେ ୧୦ଟି କମ୍ପ୍ୟୁଟର ଥିବା ବେଳେ ୨ଟି ଅଚଳ ଅବସ୍ଥାରେ ରହିଛି। ୮ଟି କମ୍ପ୍ୟୁଟର ମଧ୍ୟ ସେତେ ଠିକ ନଥିବା ବେଳେ କମ୍ପ୍ୟୁଟର ଶିକ୍ଷକ ନାହାନ୍ତି।ଯାହା ପାଇଁ ଛାତ୍ର ଛାତ୍ରୀମାନେ କମ୍ପ୍ୟୁଟର ଶିଖିବା ପାଇଁ ଆଗ୍ରହ ଥିଲେ ମଧ୍ୟ ସୁଯୋଗ ମିଳି ପାରୁନାହିଁ। ସମାନ ଚିତ୍ର ପେଡାକୋଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏଠି ୫ଟି କମ୍ପ୍ୟୁଟର ଥିବା ବେଳେ ଶିକ୍ଷକ ନଥିବାରୁ ପିଲା ଶିଖି ପାରୁନାହାନ୍ତି କମ୍ପ୍ୟୁଟର।

    କମ୍ପ୍ୟୁଟରଗୁଡ଼ିକରେ ଧୂଳି ଜମିଗଲାଣି।ପୁଣି ଦୁର୍ଗମ ସ୍କୁଲଗୁଡିକରେ କମ୍ପ୍ୟୁଟର ଅଛି ନା ନାହିଁ ତାହା ତଦନ୍ତ ସାପେକ୍ଷ। ଆଜିର ଯୁଗ କମ୍ପ୍ୟୁଟର ଯୁଗ ହୋଇଥିବା ବେଳେ ଉପାନ୍ତ ଅଂଚଳର ଛାତ୍ରଛାତ୍ରୀମାନେ ଏହି ଶିକ୍ଷାରୁ ବଞ୍ଚିତ ହୋଇ ରହୁଛନ୍ତି। ଜିଲ୍ଲାର ୧୫୦ରୁ ଉର୍ଦ୍ଧ୍ବ ସ୍କୁଲରେ କମ୍ପ୍ୟୁଟର ଥିଲେ ମଧ୍ୟ ସେସବୁ ଖରାପ ଅବସ୍ଥାକୁ ଆସିବା ସହ ନଷ୍ଟ ହେବାକୁ ବସିଲାଣି।ପିଲା କେବଳ କମ୍ପ୍ୟୁଟର ଦେଖିଲା ସିନା ଶିଖି ପାରିଲେ ନାହିଁ। ସରକାରଙ୍କର କୋଟି କୋଟି ଟଂକା ପାଣିରେ ପଡିଲା। ୫-ଟି ଯୋଜନାରେ କେବଳ ଠିକାଦାର ହିଁ ମାଲମାଲ ହେଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    71 %
    1.6kmh
    0 %
    Mon
    26 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ