Sunday, October 4, 2026
24.3 C
Odisha

    ହାଇକୋର୍ଟଙ୍କ ନିର୍ଦ୍ଦେଶ : ରାବଣ ପୋଡିରେ ହେବନି ବାଣ ପ୍ରତିଯୋଗିତା

    ଆଗକୁ ପଢନ୍ତୁ

    କଟକ : କଟକରେ ରାବଣ ପୋଡ଼ି ଉତ୍ସବରେ ବାଣ ପ୍ରତିଯୋଗିତାକୁ ବାରଣ କରିଛନ୍ତି ହାଇକୋର୍ଟ । ସରକାରଙ୍କ ଅନୁମତି ନେଇ କେବଳ ପରିବେଶ ଅନୁକୂଳ ବାଣ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ଆଡଭୋକେଟ କମିଟି ସବୁଜ ବାଣ ବ୍ୟବହାର ନେଇ ଦେଇଥିବା ପ୍ରସ୍ତାବରେ ସମ୍ମତି ପ୍ରକାଶ କରିଛନ୍ତି ହାଇକୋର୍ଟ।  ଆସନ୍ତା ୧୦ ତାରିଖ ସୁଦ୍ଧା ରାବଣ ପୋଡ଼ି ଉତ୍ସବ ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ରହିଛି ।  ସଠିକ୍ ଢ଼ଙ୍ଗରେ ଟ୍ରାଫିକ ପରିଚାଳନା ପାଇଁ କଟକ ଡିସିପିଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  ସେଠାରେ ବେଆଇନ ପାର୍କିଂ ଫି ଆଦାୟ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ରହିଛି ।  ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଆଗତ ଏକ ଇଣ୍ଟର ଭେନିଂ ପିଟିସନର ଶୁଣାଣୀ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

    ସେହିପରି ହାଇକୋର୍ଟ ହାଇକୋର୍ଟ କହିଛନ୍ତି ଯେ, ପାର୍ବଣରେ ତଥା ଭସାଣି ବେଳେ ଡିଜେ ବଜାଇବାକୁ ଅନୁମତି ଦିଆଯିବ । ହେଲେ ଏହା ଯେପରି ଅନ୍ୟକୁ କ୍ଷତି ନପହଞ୍ଚାଏ ସେନେଇ ଏହା ୬୫ ଡେସିବେଲ ଭିତରେ ରହିବ ।

    ସୂଚନା ଅନୁସାରେ କଟକରେ ଶାରଦୀୟ ପୂଜା ଓ ଭସାଣି ପାଇଁ ପୂର୍ବରୁ କଡା ନିୟମ ଆସିଛି ।  ଦଶହରାରେ ରୁମାଲ କି ଗାମୁଛା ଧରି ନାଚିବା ମନା । ଦଶହରା ଭସାଣିରେ ନାଚିବା ନେଇ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି । ରୁମାଲ କି ଗାମୁଛା ହଲାଇ ନାଚି ପାରିବେନି ସାହି ଯୁବକ । ଶୋଭାଯାତ୍ରାରେ ମହିଳାଙ୍କ ନାଚକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କଲା ଗ୍ରାମାଞ୍ଚଳ ପୋଲିସ । କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶାରଦୀୟ ଦୁର୍ଗାପୂଜା ଗ୍ରାମାଞ୍ଚଳର ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିରେ ବ୍ୟତିକ୍ରମ କଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ।

    ସେହିପରି ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକ କୌଣସି ପ୍ରକାର ମାଦକ ଦ୍ରବ୍ୟ ଯଥା ଭାଙ୍ଗ, ଗଞ୍ଜେଇ, ବ୍ରାଉନ୍ସୁଗାର ଇତ୍ୟାଦି ଖାଇପାରିବେ ନାହିଁ କିମ୍ବା ସାଙ୍ଗରେ ଆଣିବେ ନାହିଁ । ଯଦି କେହି ମାଦକ ଦ୍ରବ୍ୟ ଖାଇଥିବାର କିମ୍ବା ପାଖରେ ରଖିଥିବାର ସନ୍ଦେହ କରାଯାଏ ତାହାହେଲେ ତାଙ୍କୁ ଶୋଭାଯାତ୍ରାରୁ ବହିଷ୍କୃତ କରାଯିବ । ଏଥିରେ ବାଧାଦେଲେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ