Sunday, October 18, 2026
24 C
Odisha

    ମିଳୁନାହାନ୍ତି ଓକିଲ; ଆର ମାସକୁ ଘୁଞ୍ଚିଲା ଚିନ୍ମୟ ଦାସଙ୍କ ଜାମିନ ଆବେଦନ ଶୁଣାଣି

    ଆଗକୁ ପଢନ୍ତୁ

    ଢାକା: ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଏବେ ତାଙ୍କ ପକ୍ଷରୁ ଲଢୁଥିବା ଓକିଲଙ୍କୁ ଆକ୍ରମଣ କରାଯାଇଛି ବୋଲି ଅଭିଯୋଗ ଆସିଛି। ସେ ତାଙ୍କ ଘରେ ଥିବା ବେ‌ଳେ ଇସଲାମବାଦୀମାନେ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ ଏବଂ ବର୍ତ୍ତମାନ ସେ ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି।

    ଚିନ୍ମୟ ଦାସଙ୍କ ଓକିଲ ଆକ୍ରମଣର ଶିକର ହେବା‌ ପରେ ଏବେ ସାଧୁଙ୍କ ପାଇଁ ଲଢ଼ିବାକୁ ବାଂଲାଦେଶରେ କେହି ବି ଓକିଲ ନାହାନ୍ତି। ଏହିକାରଣରୁ ତାଙ୍କ ଜାମିନ ଶୁଣାଣି ଆସନ୍ତା ମାସକୁ ଘୁଞ୍ଚାଇ ଦିଆଯାଇଛି।  ଚିନ୍ମୟ ଦାସଙ୍କ ଜାମିନ ଉପରେ ଶୁଣାଣି ପାଇଁ କୋର୍ଟ ଡିସେମ୍ବର ୩ ତାରିଖ, ଅର୍ଥାତ ଆଜି କରିବାକୁ ସ୍ଥିର କରିଥିଲେ।

    ହେଲେ ମଙ୍ଗଳବାର ଦିନ ଓକିଲମାନେ ତାଙ୍କ ଜାମିନ ଶୁଣାଣି ସମୟରେ ହାଜର ହେବାକୁ ମନା କରିଦେଇଥିଲେ। ଫଳରେ ୨୦୨୫ ମସିହା ଜାନୁଆରି ୨ ତାରିଖକୁ କୋର୍ଟ ପରବର୍ତ୍ତୀ ଶୁଣାଣି ସ୍ଥିର କରିଛନ୍ତି।

    ଦେଶଦ୍ରୋହ ଅଭିଯୋଗରେ  ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସ ଗିରଫ ହେବା ପରେ ବାଂଲାଦେଶରେ ହିଂସା ଉପୁଜିଛି।ସୋମବାର ରାତିରେ ଏକ ଟୁଇଟ୍ କରି ଇସ୍କନ୍ ଇଣ୍ଡିଆର ସଭାପତି ତଥା ମୁଖପାତ୍ର ରାଧାରମନ୍ ଦାସ କହିଛନ୍ତି, “ଦୟାକରି ଆଡଭୋକେଟ୍ ରାମେନ୍ ରୟଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ତାଙ୍କର ଏକମାତ୍ର ଦୋଷ ଚିନ୍ମୟ କୃଷ୍ଣ ପ୍ରଭାସଙ୍କୁ କୋର୍ଟରେ ରକ୍ଷା କରୁଥିଲେ। ଇସଲାମବାଦୀମାନେ ତାଙ୍କୁ ତାଙ୍କ ଘରେ ଆକ୍ରମଣ କରି ଆଇସିୟୁ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଛନ୍ତି।’’

    ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଏହାକୁ ନେଇ ଭାରତ ସମେତ ସାରା ବିଶ୍ବରେ ଥିବା ହିନ୍ଦୁମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ସତ୍ତ୍ବ ବାଂଲାଦେଶ ସରକାର ଚିନ୍ମୟ ଦାସଙ୍କୁ ଏପର୍ଯ୍ୟନ୍ତ ମୁକ୍ତ କରିନାହାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    86 %
    0.3kmh
    100 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ