Saturday, July 27, 2024
24.6 C
Odisha

    ସାତକୋଶିଆରେ ନାହାନ୍ତି ମହାବାଳ, ଶିମିଳିପାଳରେ ବୁଲୁଛନ୍ତି ୨୭ ମହାବଳ । ଏଣିକି ପ୍ରତିବର୍ଷ ହେବ ବାଘଗଣନା, ସୂଚନା ଦେଲେ ପିସିସିଏଫ୍

    ଆଗକୁ ପଢନ୍ତୁ

    ସାତକୋଶିଆରେ ନାହାନ୍ତି ଗୋଟିଏ ବି ମହାବଳ । ବାଘ ଗଣନା ରିପୋର୍ଟ ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ସାତକୋଶିଆରେ ବାଘ ବଂଶ ବୃଦ୍ଧି ନେଇ ଯୋଜନା କରାଯାଉଛି । ଅଭୟାରଣ୍ୟ ଭିତରେ ଥିବା ଜନବସତିକୁ ବିସ୍ଥାପିତ କରି ବ୍ୟାଘ୍ର ପ୍ରକଳ୍ପରେ ବାଘ ଛଡାଯିବା ନେଇ ଯୋଜନା କରାଯିବ ବୋଲି ପିସିସିଏଫ କହିଛନ୍ତି । ଏହାସହ ଶିମିଳିପାଳରେ ବାଘ ସଂଖ୍ୟା ବଢିବା ପରେ ନୂଆ ସ୍ଥାନ ସନ୍ଧାନରେ ଅଛି ମହାବଳ । ତେଣୁ କେନ୍ଦୁଝର, ହଦଗଡ ଓ କୁଲଡିହାକୁ ମିଶାଇ ଗ୍ରେଟର୍ ଶିମିଳିପାଳ ଲ୍ୟାଣ୍ଡସ୍କେପର ବିକାଶ କରୁଛି ବନ୍ୟପ୍ରାଣୀ ବିଭାଗ ।ଗତକାଲି ପ୍ରକାଶ ପାଇଥିବା ବାଘ ଗଣନା ରିପୋର୍ଟକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀର ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ପିସିସିଏଫ୍ । ଶିମିଳିପାଳରେ ଅଛନ୍ତି ୨୭ଟି ମହାବଳ ବାଘ । ୧୩ଟି କଳାବାଘ ସହ ୮ଟି ବାଘ ଶାବକର ଚିତ୍ର କଏଦ କରିଛନ୍ତି ବାଘ ଗଣନା କରୁଥିବା ଟିମ୍ । ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ସନ୍ଧାନ ମିଳିଛି । ଏଣିକି ରାଜ୍ୟରେ ପ୍ରତିବର୍ଷ ବାଘ ଗଣନା କରାଯିବ । ଟ୍ରାପ୍ କ୍ୟାମେରା ଜରିଆରେ ବର୍ଷ ସାରା ମହାବଳଙ୍କ ସ୍ଥିତି ଉପରେ ନଜର ରଖାଯିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ