Wednesday, October 7, 2026
22.8 C
Odisha

    ବାଂଲାଦେଶ ପୁଲିସରେ ହିନ୍ଦୁମାନଙ୍କୁ ନିଯୁକ୍ତି ଦିଆଯିବନାହିଁ

    ଆଗକୁ ପଢନ୍ତୁ

    ଢାକା: ବାଂଲାଦେଶରେ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ଜାରି ରହିଛି । ବାଂଲାଦେଶକୁ ହିନ୍ଦୁ ମୁକ୍ତ କରିବା ଦିଗରେ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର କାର୍ଯ୍ୟ କରୁଛନ୍ତି। ଏବେ ସେଠାକାର ଗୃହ ମନ୍ତ୍ରଣାଳୟ ଏବଂ ଲୋକସେବା ଆୟୋଗ ଏକ ଆଦେଶ ଜାରି କରିଛନ୍ତି, ଯାହା ଅନୁଯାୟୀ ପୋଲିସରେ କନଷ୍ଟେବଳ ପଦବୀରେ କୌଣସି ହିନ୍ଦୁଙ୍କୁ ନିଯୁକ୍ତି ଦିଆଯିବ ନାହିଁ । ଏହି ଆଦେଶ ଯୋଗୁଁ ୧୫୦୦ରୁ ଅଧିକ ହିନ୍ଦୁ ପ୍ରାର୍ଥୀଙ୍କ ଆବେଦନ ଖାରଜ ହୋଇଛି। ଶେଖ୍ ହସିନା କ୍ଷମତାରୁ ଦୂରେଇ ଯିବା ପରଠାରୁ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ଲଗାତାର କାମ ଚାଲିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସହକାରୀ ଆରକ୍ଷୀ ଅଧୀକ୍ଷକ, ଆରକ୍ଷୀ ଅଧୀକ୍ଷକ ଓ ଡିଆଇଜି ପାହ୍ୟାର ୧୦୦ରୁ ଅଧିକ ହିନ୍ଦୁ ପୁଲିସ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସେମାନଙ୍କ ସ୍ଥାନରେ ବିଶେଷ କରି ଜମାତ-ଇ-ଇସଲାମୀର ସଦସ୍ୟଙ୍କୁ ଆତଙ୍କବାଦୀଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ସହ ପ୍ରାୟ ୭୯ ହଜାର ପୁଲିସ କର୍ମଚାରୀଙ୍କ ନିଯୁକ୍ତି ବାତିଲ କରାଯାଉଛି। ଗତ ବର୍ଷ ଅକ୍ଟୋବରମାସରୁ ଏହି ପଦବୀପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ପରବର୍ତ୍ତୀ ନିଯୁକ୍ତି ପ୍ରକ୍ରିୟା ଆସନ୍ତା ଜାନୁଆରିରୁ ଆରମ୍ଭ ହେବ।
    କନଷ୍ଟେବଳ କିମ୍ବା ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦବୀରେ କୌଣସି ହିନ୍ଦୁଙ୍କୁ ନିଯୁକ୍ତି ନଦେବାକୁ ବାଂଲାଦେଶ ପୁଲିସ ଆଇଜି ବହରୁଲ ଆଲାମଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଯୋଗ୍ୟ ହୋଇଥିଲେ ମଧ୍ୟ କୌଣସି ହିନ୍ଦୁଙ୍କୁ ନିଯୁକ୍ତି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କୌଣସି ହିନ୍ଦୁ ଯେପରି ବାଂଲାଦେଶ ସିଭିଲ ସର୍ଭିସ ପରୀକ୍ଷାରେ ପାସ୍ କରିପାରିବେ ନାହିଁ ତାହା ମଧ୍ୟ ସୁନିଶ୍ଚିତ କରାଯିବା ଦରକାର ବୋଲି ନିର୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    88 %
    1.5kmh
    2 %
    Tue
    22 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ