Sunday, October 4, 2026
28.6 C
Odisha

    ଟୁଇଟ୍ ଅବା ମନ୍ତବ୍ୟ ନାହିଁ!: ରାହୁଲ କେଉଁଠି ଅଛନ୍ତି ନେଇ ବିରୋଧୀଙ୍କ ଚର୍ଚ୍ଚା…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସାଧାରଣ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିବାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ପୁଣି ଥରେ ଖବରରେ ଅଛନ୍ତି। ସେ ଏବେ କେଉଁଠି ଅଛନ୍ତି ସେ ନେଇ ପ୍ରଶ୍ନ ଉଠିଛି। ବିଶେଷକରି ଜୁଲାଇ ୧୧ ରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ ମିଥ୍ୟା ଖବର ପ୍ରଚାରିତ ହେବା ପରେ ସୋସିଆଲ ମିଡିଆରେ ତାଙ୍କର ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟିଛି।
    ଗତ ତିନି ଦିନ ଧରି ରାହୁଲ ଗାନ୍ଧୀଙ୍କ ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲରୁ କୌଣସି ଟୁଇଟ୍ କରାଯାଇ ନାହିଁ କିମ୍ବା ତାଙ୍କୁ କୌଣସି ସର୍ବସାଧାରଣ ସ୍ଥାନରେ ଦେଖାଯାଇ ନାହିଁ ଅବା ତାଙ୍କ ତରଫରୁ କୌଣସି ମନ୍ତବ୍ୟ ପ୍ରକାଶ ପାଇନାହିଁ। ବର୍ତ୍ତମାନ, କାଉଡ଼ି ଯାତ୍ରା ନେଇ ଦୋକାନୀଙ୍କ ନାମ ସହ ଜଡିତ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ କୌଣସି ମନ୍ତବ୍ୟ କିମ୍ବା ଟୁଇଟ୍ ପ୍ରକାଶ ପାଇନାହିଁ। ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ନୀରବ ରହିଛି। ଏଥି ସହିତ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀଦଳଙ୍କ ପକ୍ଷରୁ ରାହୁଲ ଗୁପ୍ତଯାତ୍ରା କରି ବିଦେଶ ଯାଇଛନ୍ତି କି ନାହିଁ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା କରୁଛନ୍ତି। କାରଣ ସେ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଗୁପ୍ତଯାତ୍ରା କରିସାରିଛନ୍ତି ବୋଲି ବିରୋଧୀ ବିଜେପି କହୁଛନ୍ତି।

    ତାଙ୍କର ୟୁରୋପ ଗସ୍ତ ସମୟରେ ରାହୁଲ ଗାନ୍ଧୀ ବେଲଜିୟମରେ ୟୁରୋପୀୟ ସଂସଦର ସଦସ୍ୟମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ସେଠାରେ ମଣିପୁର ହିଂସା ନେଇ ସଂକଳ୍ପ ପାରିତ ହୋଇଥିଲା। ଫାଉଣ୍ଡେସନ ଦି ଲଣ୍ଡନ ଷ୍ଟୋରୀ (ଏଫଟିଏଲଏସ) ଦ୍ୱାରା ଆୟୋଜିତ ଏକ ସାଧାରଣ ଆଲୋଚନାରେ ସେ ମଧ୍ୟ ଭାଗ ନେଇଥିଲେ। ଏହି ସଂଗଠନ ସୁନୀତା ବିଶ୍ୱନାଥ ଏବଂ ରସିଦ ଅହମ୍ମଦଙ୍କ ପରି ବ୍ୟକ୍ତିବିଶେଷଙ୍କ ସହ ଜଡିତ। ଯେଉଁମାନେ ଭାରତର ଶାସକ ଏନଡିଏକୁ ନେଇ ବିରୋଧୀ ଆଭିମୁଖ୍ୟ ପାଇଁ ଜଣାଶୁଣା। ସୁନୀତା ବିଶ୍ୱନାଥ ଆମେରିକାର ବିଲିୟନେୟାର ଜର୍ଜ ସୋରୋସଙ୍କ ପ୍ରତିନିଧୀ।
    ତାଙ୍କର ୟୁରୋପ ଗସ୍ତ ସମୟରେ ରାହୁଲ ଗାନ୍ଧୀ ଇଟାଲୀର ବାମପନ୍ଥୀ ରାଜନେତା ଫାବିଓ ମାସିମୋଙ୍କୁ ଭେଟିଥିଲେ। ପରଭେଜ ଇକବାଲ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସ (ଏସଏଫଜେ) ସହିତ ମଧ୍ୟ ଜଡିତ ଥିବା ବିଜେପି କହିଛି। ଖାଲିସ୍ତାନକୁ ସମର୍ଥନ କରିବା ସହ ଏହି ସଂସ୍ଥା ଭାରତରେ ଅଶାନ୍ତି ସୃଷ୍ଟି କରୁଛି ବୋଲି ବିଜେପି ଅଭିଯୋଗ କରୁଛି। ଫୋବିଓ ମାସିମୋ କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧୀ ପ୍ରଚାରରେ ଜଡିତ ଅଛନ୍ତି। ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ଆମେରିକା ଗସ୍ତ କରିଥିଲେ। ତାଙ୍କର ଅଧିକାଂଶ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ସେ ଭାରତର ଗଣତନ୍ତ୍ର ବିପଦରେ ଥିବା ନେଇ କହିଥିଲେ। ଏହା ବିରୋଧୀ ଦଳ ବି‌ଶେଷ ଭାବେ ବିଜେପି ପାଇଁ ସମସ୍ୟା ପାଲଟିଥିଲା।

    ଆମେରିକାର ବିଲିୟନେୟାର ଜର୍ଜ ସୋରେସଙ୍କ ଘନିଷ୍ଠ ସହଯୋଗୀ ସୁନୀତା ବିଶ୍ୱନାଥଙ୍କ ସହ ତାଙ୍କର ସାକ୍ଷାତ ମଧ୍ୟ ବିବାଦ ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଷମତାରୁ ହଟାଇବା ଏବଂ ଭାରତରେ ଜାତୀୟତାବାଦ ବିରୋଧରେ ଉଦ୍ୟମ ପାଇଁ ସୋରୋସ ଉଦ୍ଦେଶ୍ୟ ପ୍ରକାଶ କରିଥିଲେ।

    ତେବେ ଗତ କିଛି ଦିନ ହେବ ଦେଶ ଭ୍ରମଣ କରୁଥିବା ରାହୁଲ ଗାନ୍ଧୀଙ୍କ ହଠାତ୍ ଅନୁପସ୍ଥିତି ଏବଂ କଂଗ୍ରେସ ସମେତ ସମଗ୍ର ବିରୋଧୀଙ୍କ ନୀରବତା ଅନେକ କଳ୍ପନାଜଳ୍ପନା ସୃଷ୍ଟି କରିଛି। ଏଥି ସହିତ ବଜେଟ୍ ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବାକୁ ସେ ବିଦେଶ ଯାଇଛନ୍ତି କି ନାହିଁ ବୋଲି ମଧ୍ୟ କଳ୍ପନାଜଳ୍ପନା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ