Sunday, September 13, 2026
27.6 C
Odisha

    ମାଲକାନଗିରିରୁ ଆନ୍ଧ୍ର-ତେଲେଙ୍ଗାନା ଯୋଗାଯୋଗ ବିଚ୍ଛିନ୍ନ; ଜୟପୁରରୁ ମୋଟୁକୁ ଗଡୁନି ଯାନବାହନ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରିରେ ଗତ ୪୮ ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜୟପୁର-ମୋଟୁ ଜାତୀୟ ରାଜପଥ ୩୨୬ ଉପରେ ରହିଥିବା ବହୁ ତଳିଆ ବ୍ରିଜଗୁଡିକ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଯିବା ଆସିବା କରିନପାରି ଘଣ୍ଟା ଘଣ୍ଟା ଧରି ଅଟକି ରହିଛନ୍ତି। ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଜୟପର ଠାରୁ ମାଲକାନଗିରି ମଧ୍ୟରେ ପାଙ୍ଗାମ ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଥିବା ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି-୯୦ ଏବଂ ଏମଭି-୯୬ ବ୍ରିଜ ଉପରେ ମଧ୍ୟ ୫ରୁ ୬ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯିବା ଆସିବା ଠପ୍ ହୋଇଯାଇଛ।
    ସେହିପରି କାଲିମେଳା ଠାରୁ ପଡ଼ିଆ ମଧ୍ୟରେ ରହିଥିବା କନ୍ୟାଶ୍ରମ ବ୍ରିଜ ଉପରେ ମଧ୍ୟ ୫ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇଛି।ଜିଲ୍ଲାରେ ଗତକାଲି ୧୩୩୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଜି ଦିନ ୧୦ ସୁଦ୍ଧା ୧୯୮ ମିଲିମିଟର ରେକର୍ଡ କରାଯାଇଛି। ୩୨୬ ଜାତୀୟ ରାଜପଥ ଉପରେ ରହିଥିବା ଏହି ବ୍ରିଜଗୁଡିକରେ ପ୍ରଶାସନ ଓ ପୁଲିସ ଜଗି ରହିଛନ୍ତି। କୌଣସି ଯାନବାହାନ କିମ୍ବା ଲୋକଙ୍କୁ ବ୍ରିଜ ପାର କରିବାକୁ ଦିଆଯାଉନଥିବା ଦେଖିବାକୁ ମିଳିଛି।ଆଗକୁ ବର୍ଷା ରହିଥିବାରୁ ସ୍ଥିତି ଆହୁରି ବିଗିଡିବ ବୋଲି ଆଶଂକା କରାଯାଇଛି। ସ୍ଥିତି ଅନୁଧ୍ୟାନ କରାଯାଇଥିବା ଜିଲ୍ଲା ପ୍ରଶାସନ କହିଛି।ବନ୍ୟା ପରିସ୍ଥିତି ବର୍ତ୍ତମାନ ପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ। କେବଳ ରାସ୍ତା ଉପରେ ପାହାଡିଆ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି। ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ଲକର ବିଡିଓ ଓ ତହସିଲଦାରଙ୍କୁ ଅଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି। ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି।
    ତେବେ ପାଙ୍ଗାମ ଓ ନାୟକଗୁଡ଼ା ମଧ୍ୟରେ ଥିବା ସିରିପେଟା ଗ୍ରାମ ମୁଖ୍ୟ ଛକରେ ଏକ ବିରାଟ ଗଛ ପଡ଼ି ରାସ୍ତା ଅବରୋଧ କରିଥିଲା। ମାଥିଲି ଅଗ୍ନିଶମ ବିଭାଗର କର୍ମଚାରୀ ତୁରନ୍ତ ପହଞ୍ଚି ଗଛ କାଟି ରାସ୍ତା ସଫା କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକର ଦୁର୍ଗମ ଅଂଚଳଗୁଡିକରେ ଲଗାଣ ବର୍ଷା ଯୋଗୁଁ ରାସ୍ତା ଖରାପ ହେବା ଦ୍ବାରା ଯାତାୟତ ଏକ ପ୍ରକାର ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳୁଛି। ଜିଲ୍ଲା ପ୍ରଶାସନ ସଜାଗ ରହିଥିବା କହିଛି। କୌଣସି ମୁହର୍ତ୍ତରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ସହ ରନ୍ଧା ଖାଦ୍ୟ ଓ ସୁଖିଲା ଖାଦ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି। କେବଳ ଯୋଗାଯୋଗ ବିଛିନ୍ନ ହୋଇଛି, ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନଥିବା ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି। କିନ୍ତୁ ସ୍ଥିତି ଉପରେ ନଜର ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ