Sunday, October 4, 2026
28.6 C
Odisha

    ଡବଲ ଇଂଜିନ ସରକାର ଡବଲ ନିରାଶ କରିଛି; ମୋହନଙ୍କ ବଜେଟ୍‌ ନେଇ ଖୁସି ଖବର ନାହିଁ: ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଡବଲ ଇଂଜିନ ସରକାର ଡବଲ ନିରାଶ କରିଛି। ଆମେ ଏହି ବଜେଟ୍‌ ନେଇ ଖୁସି ନାହୁଁ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେହିପରି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ଚାଷୀ ଓ ମହିଳାଙ୍କ ପାଇଁ କିଛି ନାହିଁ। ଯାହା ଆଗରୁ ଥିଲା, ସେଥିରେ ୧୦ରୁ ୧୫ ପ୍ରତିଶତ ଟଙ୍କା ବଢ଼ିଛି। ଏହା ଏକ ହାୱା। ମୋହନ ସରକାରଙ୍କ ବଜେଟ୍‌ରେ କେବଳ ନାମ ପରିବର୍ତ୍ତନ ହୋଇଛି। ଲୋକଙ୍କୁ ଭୁଲାଇବା ପାଇଁ ଏହି ବଜେଟ୍‌। ଗରିବମାନଙ୍କୁ ମାରିବା ପାଇଁ ଏହି ବଜେଟ୍‌ ପ୍ରସ୍ତୁତ ହୋଇଛି।

    ସୂଚନାଯୋଗ୍ୟ, ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି। ସେ ଚଳିତ ଆର୍ଥିକ ବର୍ଷ ପାଇଁ ୨,୬୫,୦୦୦ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ୍‌ରେ ରାଜ୍ୟ ସରକାର କିଛି ପୂରୁଣା ଯୋଜନାର ନାମ ପରିବର୍ତ୍ତନ କରିଥିବା ବେଳେ କିଛି ନୂଆ ଯୋଜନା ଲାଗୁ କରିଛନ୍ତି। ତାଙ୍କର ସରକାରର ପ୍ରଥମ ବଜେଟ ଉପସ୍ଥାପନ କରିବା ତାଙ୍କ ପାଇଁ ଆନନ୍ଦ ଓ ଗୌରବର ବିଷୟ ବୋଲି ଏହି ଅବସରରେ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସରକାର ସମାଜର ୪ ବର୍ଗ ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ