Saturday, August 22, 2026
25.3 C
Odisha

    NTPC ରେ ଭୟଙ୍କର ବିସ୍ଫୋରଣ, ୫ ଗୁରୁତର

    ଆଗକୁ ପଢନ୍ତୁ

    କଣିହାଁ  : ଅନୁଗୁଳ ଜିଲ୍ଲାର କଣିହାଁସ୍ଥିତ ଏନଟିପିସି ପ୍ଲାଣ୍ଟରେ ଗତକାଲି ରାତିରେ ୧ ନମ୍ବର ସିଏଚପି ବଙ୍କର ବ୍ଲାଷ୍ଟ ହେବାରୁ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ଗୁରୁତର ଆହତ ଥିବା ଶ୍ରମିକମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଗତ କାଲି ରାତି ପ୍ରାୟସାଢେ ୧୨ଟା ବେଳେ ଏନଟିପିସି ପ୍ଲାଣ୍ଟର ଷ୍ଟେଜ- ୧ ନମ୍ବର ସିଏଚପି ବଙ୍କର ଫାଟି ଯିବାରୁ  ନିକଟରେ କାମ କରୁଥିବା ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇ ଥିଲେ।

    ଖବର ପାଇ କାମ କରୁଥିବା ଶ୍ରମିକ, ଏନଟିପିସି ସିଆଇଏସଏଫର କର୍ମଚାରୀ ଓ ଏନଟିପିସିର ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ପାଇଁ ଏନଟିପିସି ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଶ୍ରମିକ ଏନଟିପିସି ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ୨ ଗୁରତର ଆହତ ଥିବା ଶ୍ରମିକଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ଶ୍ରମିକମାନେ ହେଲେ ଏନଟିପିସି ଥାନା ରଙ୍ଗବେଡା ଗାଁର ଖଗେଶ୍ୱର ସାହୁ ( ୩୩), କଣିହାଁ ଥାନା ତେଲିସିଂହା ଗାଁର ସୁଶାନ୍ତ କୁମାର ସାହୁ,(୫୬) କମରେଇ ଗାଁର କିଶୋରି ପ୍ରଧାନ( ୫୧), ଟେଣ୍ଟେଇ ବେରେଣୀ ଗାଁର ଶୁକଦେବ ଭୁତିଆ(୫୨) ଓ ନାଲମ ବଳରାମ ନାଏକ(୨୫) ବୋଲି ଜଣାପଡିଛି। ଦୁର୍ଘଟଣା ଘଟିବା ପରେ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    93 %
    0.7kmh
    100 %
    Sat
    26 °
    Sun
    29 °
    Mon
    29 °
    Tue
    28 °
    Wed
    30 °

    ସମ୍ବନ୍ଧିତ