Friday, May 17, 2024
31.2 C
Odisha

    ନୂଆ ଓଡ଼ିଶା ଗଠନରେ ସାମିଲ ହୁଅନ୍ତୁ ଖରିଆରବାସୀ

    ଆଗକୁ ପଢନ୍ତୁ

    ନୂଆପଡ଼ା:ଏକ ନୂଆ ଓ ସଶକ୍ତ ଓଡିଶା ଗଠନ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ । ଯେଉଁଥିରେ ଗରିବ ଲୋକ ବି ବଡ ବଡ ସ୍ୱପ୍ନ ଦେଖିପାବେ ଓ ତାକୁ ସାକାର କରିପାରିବେ । ଏଥିରେ ଖରିଆରବାସୀ ବି ସାମିଲ ହେବାକୁ ଆଜି ନୂଆପଡା ଜିଲ୍ଲା ବୋଡେନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଆହ୍ବାନ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଖରିଆରବାସୀଙ୍କ ପାଇଁ ଦିନ ରାତି କାମ କରୁଛନ୍ତି । ଖରିଆରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭଲରେ ଆଶିର୍ବାଦ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ।

    ସେ କହିଛନ୍ତି ଯେ, ଏହା ନବୀନ ପଟ୍ଟନାୟକ କି ବିଜେଡି ସରକାର ନୁହେଁ । ଏହା ଲୋକଙ୍କ ସରକାର । ସାଧାରଣ ଲୋକେ ଯାହା ଚାହିଁବେ ମୁଖ୍ୟମନ୍ତ୍ରୀ ତାହା କରିବେ । ମୁଖ୍ୟମନ୍ତ୍ରୀ ଏକ ନୂଆ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହାକୁ ସାକାର କରିବାକୁ ଖରିଆରବାସୀ ଏକାଠି ହୁଅନ୍ତୁ । ସମୟ ଆସିଛି ବିଜୁ ପରିବାର ବି ଏକାଠି ହୁଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ଆଶିର୍ବାଦ କରନ୍ତୁ, ଆପଣଙ୍କ ସବୁ ସ୍ୱପ୍ନ ସାକାର ହେବ ।
    ଗତ ମେ ସାସରେ ଖରିଆର ଗସ୍ତରେ ଯାଇଥିଲେ ଫାଇଭ ଟି ଅଧ୍ୟକ୍ଷ । ସେ ସମୟରେ ତାଙ୍କୁ ୮୪୦ଟି ଦରଖାସ୍ତ ମିଳିଥିଲା । ସେ ମଧ୍ୟରୁ ୭୮୦ଟି ଦରଖାସ୍ତର ସମାଧାନ ହୋଇସାରିଛି । ଆଜି ମଧ୍ୟ ସେ ଖରିଆରବାସୀଙ୍କଠାରୁ ଅନେକ ଆବେଦନପତ୍ର ପାଇଛନ୍ତି । ଆଉ ମାତ୍ର ୨୦ ଦିନ ପରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ତେଣୁ ସେ ଭିତରେ ଯେତିକି ସମ୍ଭବ ଆବଦେନର ସମାଧାନ ହେବ । ଯେଉଁଗୁଡିକ ରହିଯିବ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନିଜେ ଆସିବେ ଆଉ ୧୦ ଦିନରେ ସବୁ ଆବେଦନର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ ।ଗତ ୭ ମାସରେ ନୂଆପଡାବାସୀଙ୍କ ଦାବି ଅନୁଯାୟୀ ପ୍ରାୟ ୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆପଡାବାସୀଙ୍କ ଦାବି ଅନୁଯାୟୀ ଜିଲ୍ଲାର ସବୁ କଲେଜକୁ ଫାଇଭ-ଟି ରୂପାନ୍ତରଣରେ ସାମିଲ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ୧୩ କୋଟି ୨୫ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଆସନ୍ତା ଫେବୃଆରୀ ଶେଷ ସୁଦ୍ଧା ଜିଲ୍ଲାର ସବୁ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସ ରୁମ ଓ ଇ-ଲାଇବ୍ରେରୀ ସୁବିଧା ପାଇବେ ବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.2 ° C
    31.2 °
    31.2 °
    42 %
    4kmh
    96 %
    Fri
    31 °
    Sat
    35 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ