Monday, August 31, 2026
23.2 C
Odisha

    ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ

    ଆଗକୁ ପଢନ୍ତୁ

    ଦଶହରା ପୂର୍ବରୁ ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୩୬ ଜଣ ଓଏଏସ୍‌ ଅଧିକାରୀଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରିଛନ୍ତି ସରକାର। କଟକ ମହାନଗର ନିଗମର ଅତିରିକ୍ତ କମିଶନର ଥିବା ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମ କମିଶନର ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ମଧୁମିତା ରଥଙ୍କୁ ଉତ୍କଳିକାର ନୂତନ ଏମଡି ଦାୟିତ୍ବ ପ୍ରଦାନ କରାଯାଇଛି। ମୟୂରଭଞ୍ଜ ଏଡିଏମ୍‌ ଉଦୟ କୁମାର ମହାପାତ୍ରଙ୍କୁ ଅନୁଗୋଳ ଏଡିଏମ୍‌ ଭାବେ ବଦଳି କରାଯାଇଛି। କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ ଅତିରିକ୍ତ କମିଶନର କରାଯାଇଛି। ସେ ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କର ପ୍ରାଇଭେଟ ସେକ୍ରେଟାରୀ ଥିଲେ।

    ପୂର୍ବତନ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟେରୀ ଗୌରହରି ବେହେରାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି। କେନ୍ଦୁଝରର ପୂର୍ବତନ ଅତିରିକ୍ତ ଡିଏମ୍‌ ଯଦୁମଣି ମହାଲଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।

    ଓସେପାର ଯୁଗ୍ମ ନିର୍ଦ୍ଦେଶକ ଥିବା ସରୋଜ କୁମାର ବେହେରାଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ବା ଏଡିଏମ୍‌ ଥିବା ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ରାଇରଙ୍ଗପୁରର ପୂର୍ବତନ ସବ୍‌-କଲେକ୍ଟର ସରୋଜ କୁମାର ଦାଶଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଏହା ସହିତ ସେ ପୂର୍ବଭଳି ଓୟୁଆଇଡିଏଫ୍‌ର ଏଓ ଭାବେ ଅତିରିକ୍ତ ଦାୟତ୍ୱ ତୁଲାଇବେ। କେନ୍ଦୁଝର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କୁ କଟକ ସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁକୁ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।

    କନ୍ଧମାଳ ଜିଲ୍ଲା ପରିଷଦର ସିଡିଓ-କମ୍-ଇଓ ଥିବା ରତ୍ନାକର ସାହୁଙ୍କୁ ବାଲେଶ୍ୱର ଜିଲ୍ଲାର ଏଡିଏମ୍‌ ଭାବେ ବଦଳି କରାଯାଇଛି। ଯାଜପୁର ଜିଲ୍ଲା କଳିଙ୍ଗନଗରର ଏଡିଏମ୍‌ ଥିବା ଲଙ୍କେଶ୍ୱର ଅମାତଙ୍କୁ ଭଦ୍ରକ ଏଡିଏମ୍‌ ଭାବେ ବଦଳି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇର ତହସିଲଦାର ଥିବା ଅଶୋକ କୁମାର ଗଡ଼ତିଆଙ୍କୁ ଅତିରିକ୍ତ ଅବକାରୀ କମିଶନର ଭାବେ କଟକକୁ ବଦଳି କରାଯାଇଛି।

    ବଣାଇର ପୂର୍ବତନ ସବ୍‌-କଲେକ୍ଟର ସୂରଞ୍ଜନ କୁମାର ସାହୁଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ସିଡିଓ-କମ୍-ଇଓ ଭାବେ ବଦଳି କରାଯାଇଛି। ପୂର୍ବତନ ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶମ୍ଭୁନାଥ ନନ୍ଦିଙ୍କୁ କନ୍ଧମାଳ ଜିଲ୍ଲା ପରିଷଦର ସିଡିଓ-କମ୍-ଇଓ ଭାବେ ନିଯୁକ୍ତ କରାଯାଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ସବ୍‌-କଲେକ୍ଟର ସଂଯୁକ୍ତା ମାଝୀଙ୍କୁ ରାୟଗଡ଼ାର ଅତିରିକ୍ତ ଜିଲ୍ଲାପାଳ ବା ଏଡିଏମ୍‌ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦୁଝରର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ଲଳିତ ସୋରେଙ୍ଗଙ୍କୁ ଝାରସୁଗୁଡ଼ା ପିଡି (ଆର୍‌ ଆଣ୍ଡ ଆରର) ଭାବେ ନିଯୁକ୍ତି ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    23.2 ° C
    23.2 °
    23.2 °
    98 %
    2.2kmh
    100 %
    Sun
    23 °
    Mon
    26 °
    Tue
    24 °
    Wed
    27 °
    Thu
    29 °

    ସମ୍ବନ୍ଧିତ