Sunday, October 4, 2026
22.7 C
Odisha

    ସରକାରୀ ବାବୁଙ୍କ ଓଡ଼ିଆ ଅଭ୍ୟାସ ଫେରାଇଆଣିବାକୁ ମୋହନ ସରକାରଙ୍କ ଜୋରଦାର ଉଦ୍ୟମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାରେ ଆଗକୁ ସବୁ ସରକାରୀ ନଥି ଦେଖିବେ ଓଡ଼ିଆରେ। ଓଡ଼ିଶାରେ ଓଡ଼ିଆ ଭାଷାରେ ଶାସନ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେବା ପରେ ଏବେ ସବୁ ବିଭାଗ ତତ୍ପର। ଲୋକସେବା ଭବନ ଠାରୁ ଆରମ୍ଭ କରି ପୋଲିସ ଭବନ ଯାଏଁ ସବୁ ସରକାରୀ ଅଧିକାରୀଙ୍କ ପାଇଁ ଓଡ଼ିଆ ଭାଷାରେ କାର୍ୟ୍ୟ କରିବା ବାଧ୍ୟତାମୂଳକ। ଯେଉଁଥିପାଇଁ ଏବେ ଅଫିସରଙ୍କୁ ଓଡ଼ିଆ ଭାଷାରେ ପ୍ରଶିକ୍ଷଣ ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ସରକାର। ୨୪ବର୍ଷ ଧରି ଅଧିକାଂଶ ସରକାରୀ କାମ ଇଂରାଜୀରେ ହେଉଥିଲା। ଯେଉଁଥିପାଇଁ ପ୍ରଶାସନିକ ଅଧିକାରୀ ମାନେ ଓଡ଼ିଆ ଶବ୍ଦକୋଷକୁ ମନରୁ ଏକପ୍ରକାର ପାଶୋରି ସାରିଥିଲେ।
    ଯାହାର ଜଳ୍ବନ୍ତ ଉଦାହରଣ ପ୍ରଶିକ୍ଷଣ ଶିବିରରେ ଦେଖିବାକୁ ମିଳିଥିଲା। କେଉଁଠି କେଉଁ ଶବ୍ଦ ବ୍ୟବହାର କରାଯିବ ସେନେଇ ପ୍ରଶାସନିକ ଅଧିକାରୀଙ୍କ ଦ୍ବନ୍ଦ୍ବ ଦୂର କରୁଥିଲେ ଭାଷାବିତ। ଏବେ ଓଡ଼ିଆ ଭାଷା ମନେ ନପଡିଲେ ବହି ଦେଖି ନଥି ଲେଖିବାକୁ ପରାମର୍ଶ ଦିଆଯାଇଛି। ଓଡ଼ିଆ ଭାଷାରେ ଶାସନ ପାଇଁ ନିର୍ଦ୍ଦେଶ ଆସିବା ମାତ୍ରେ ଅଧିକାରୀଙ୍କ ମଧ୍ୟରେ ଖୋଜାପଡିଛି ପ୍ରଶାସନିକ ଓଡ଼ିଆ ଶବ୍ଦକୋଷ। ଚାହିଦା ଏତେ ବଢିଯାଇଛି ଯେ, ଦୋକାନରେ ପ୍ରଶାସନିକ ଶବ୍ଦକୋଷର ସଙ୍କଟ ଦେଖାଦେଇଛି। ପ୍ରାରମ୍ଭିକ ପର୍ୟ୍ୟାୟରେ ଅନୁଶାସନ ସଚିବ, ଉପସଚିବ, ଉପବିଭାଗ ଅଧିକାରୀଙ୍କୁ ପ୍ରଶାସନିକ ଓଡ଼ିଆ ଶବ୍ଦକୋଷର ପ୍ରଶିକ୍ଷଣ ଦିଆଯାଉଛି। ଆଗକୁ ଜିଲ୍ଲାସ୍ତରରେ ଏଭଳି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଆରମ୍ଭ କରିବ ବିଭାଗ। ଆବଶ୍ୟକ ପଡିଲେ ଓଡ଼ିଆ ଅଭ୍ୟାସ ଫେରାଇ ଆଣିବାକୁ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କ ପାଇଁ ମଧ୍ୟ ପ୍ରଶିକ୍ଷଣ ଶିବିର କରିପାରନ୍ତି ସରକାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ