Saturday, May 18, 2024
39 C
Odisha

    ପ୍ରଥମ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ -୨୦୨୪

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି ପ୍ରଥମ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ । କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଜିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ସମାବେଶ । ଚଳିତବର୍ଷର ବିଷୟବସ୍ତୁ ରହିଛି ‘କଲେ ମତ୍ସ୍ୟ-ପ୍ରାଣିପାଳନ, ଆୟ ହୋଇବ ବହୁଗୁଣ’ । ସମାବେଶକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଛଚାଷ ଓ ପ୍ରାଣି ପାଳନ ସଂପ୍ରତି ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଓ ସଶକ୍ତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟ ସରକାର ଜେଣ୍ଡର ବଜେଟିଂ କାର୍ଯ୍ୟକାରୀ କରୁଛନ୍ତି । ଏହା ଅନ୍ତର୍ଗତ କିଛି କାର୍ଯ୍ୟକ୍ରମର ୧୦୦ ପ୍ରତିଶତ ଏବଂ ଆଉ କିଛି କାର୍ଯ୍ୟକ୍ରମରେ ଅତି କମରେ ୩୦% ପ୍ରତିଶତ କେବଳ ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେବ । ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗ ରାଜ୍ୟର ବିକାଶ ଓ ଚାଷୀଙ୍କ ଆୟ ବହୁଗୁଣିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି ମାଧ୍ୟମରେ ଚାଷୀ, ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଅଭିବୃଦ୍ଧିର ପରବର୍ତ୍ତୀ ସ୍ତର ଭାବରେ ରାଜ୍ୟ ସରକାର ଏହି କ୍ଷେତ୍ରକୁ ଚିହ୍ନଟ କରିଛନ୍ତି । ରାଜ୍ୟରେ ମତ୍ସ୍ୟ ଚାଷରେ ଓଡ଼ିଶାର ସ୍ଥାନ ତୃତୀୟ ଥିବା ବେଳେ ଭାରତ ୩ ୟ ରହିଛି । ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମଧ୍ୟ କରିଛନ୍ତି । ଏଥିସହ ନିଜ ଗୃହ ପାଖରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ଏସଏଚଜି ମହିଳା ମାନେ ମାଛ ଚାଷ କରି ଲାଭବାନ ହେଉଛନ୍ତି । ଏଥିରେ ୧୧ ହଜାର ମିଶନ ଶକ୍ତି ଗୃପ୍ ଓ ୫୦ ହଜାର ମାଛ ଚାଷୀ ଲାଭ ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଭାଗୀୟ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ଓୟୁଏଟି କୁଳପତି ପ୍ରଭାତ ରାଉଳ ମତ ରଖିଥିଲେ। ସମାବେଶରେ ଯୋଗ ଦେଇଛନ୍ତି ୬ ହାଜରରୁ ଉର୍ଦ୍ଧ୍ବ ମତ୍ସ୍ୟଚାଷୀ ଓ ପ୍ରାଣିପାଳକ । ସମାବେଶରେ ପ୍ରାୟ ୪୦୦ ଷ୍ଟଲ ପ୍ରଦର୍ଶିତ ହେବା ସହ ୧୨ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    39 ° C
    39 °
    39 °
    25 %
    3.4kmh
    94 %
    Sat
    38 °
    Sun
    39 °
    Mon
    41 °
    Tue
    42 °
    Wed
    39 °

    ସମ୍ବନ୍ଧିତ