Sunday, October 18, 2026
21.7 C
Odisha

    ବଣ୍ଟାଗଲା ବିଭାଗ; ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଲା ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ଆଜି ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ କରାଯାଇଛି। ସାଧାରଣତଃ ମନ୍ତ୍ରିମଣ୍ଡଳ ଶପଥ ନେବାର ପ୍ରାୟ ୨୪ ଘଣ୍ଟା ମଧ୍ୟରେ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ କରିଦିଆ ଯାଇଥାଏ। ଅତୀତରେ ଓଡ଼ିଶା ଓ ଅନ୍ୟ ରାଜ୍ୟରେ ଏପରି ଉଦାହରଣ ରହିଛି। ମାତ୍ର ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଏଥିରେ ବିଲକ୍ଷଣ ଦେଖିବାକୁ ମିଳିଥିଲା। ଏହାକୁ ନେଇ ବହୁ ଚର୍ଚ୍ଚା ଆଲୋଚନା ହେବା ପରେ ଶନିବାର ସନ୍ଧ୍ୟାରେ ରାଜ୍ୟର ନୂଆ ସରକାରଙ୍କ ମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ବିଜେପିର ନୂଆ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରହିଥିବା ଦୁଇ ଉପ-ମଖ୍ୟମନ୍ତ୍ରୀଙ୍କ ପାଖରେ ବହୁ ଗୁରୁତ୍ବପୁର୍ଣ୍ଣ ବିଭାଗ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ରହିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ହାତରେ କୃଷି ଏବଂ କୃଷକ କଲ୍ୟାଣ ଏବଂ ଶକ୍ତି ବିଭାଗ ଓ ଅନ୍ୟ ଜଣେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହାତରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    92 %
    1.3kmh
    100 %
    Sat
    22 °
    Sun
    31 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ