Thursday, October 1, 2026
28.5 C
Odisha

    ଓଡ଼ିଶାରେ ମସ୍ତିଷ୍କାଘାତର ହାର ଅଧିକ: ପ୍ରତି ସାତ ଜଣରେ ଜଣଙ୍କ ପ୍ରତି ବିପଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସାରା ଦେଶରେ ଦୈନିକ ପ୍ରାୟ ଦୁଇ ହଜାର ମସ୍ତିଷ୍କାଘାତ ଘଟଣା ରିପୋର୍ଟ ହେବା ଭାରତରେ ଏକ ଚିନ୍ତାର କାରଣ ପାଲଟିଛି। ପ୍ରସିଦ୍ଧ ପତ୍ରିକା ଦି ଲାନସେଟରେ ପ୍ରକାଶିତ ଏକ ଗବେଷଣାମୂଳକ ରିପୋର୍ଟ ଅନୁସାରେ ଓଡ଼ିଶାରେ ମସ୍ତିଷ୍କାଘାତ ହାର ଜାତୀୟ ହାରଠାରୁ ଅଧିକ। ପ୍ରତି ସାତ ଜଣରେ ଜଣଙ୍କୁ ମସ୍ତିଷ୍କାଘାତ ବିପଦ ଥିବା ରିପୋର୍ଟ ପ୍ରକାଶ ପାଇଛି।
    ଏମ୍ସ ଭୁବନେଶ୍ୱର ନ୍ୟୁରୋଲୋଜି ବିଭାଗ ଦ୍ଵାରା ଆୟୋଜିତ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ନ୍ୟୁରୋଲୋଜି (ଆଇଏନ୍) ଷ୍ଟ୍ରୋକ୍ ସବ୍ସେକ୍ସନ୍ ମିଡର୍ଟମ କନଫରେନ୍ସରେ ଏସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। “କୋଡ୍ ଷ୍ଟ୍ରୋକ ଟୁ ଷ୍ଟ୍ରୋକ ଇଣ୍ଟରଭେନସନ୍” ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ପ୍ରାରମ୍ଭିକ ଷ୍ଟ୍ରୋକ୍ ଚିହ୍ନଟ, ଚିକିତ୍ସା ଅଗ୍ରଗତି ଏବଂ ଷ୍ଟ୍ରୋକ୍ ପ୍ରତିରୋଧର ଗୁରୁତ୍ୱ ଉପରେ ସମ୍ମିଳିତ ଆଲୋଚନା କରାଯାଇଥିଲା।

    ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବହୁ ବରିଷ୍ଠ ଓ ପ୍ରସିଦ୍ଧ ସ୍ନାୟୁବିଜ୍ଞାନୀମାନେ ଅଂଶଗ୍ରହଣ କରିଥିଲେ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଏହି ଜାତୀୟ ଅନୁଷ୍ଠାନର ନ୍ୟୁରୋଲୋଜୀ ବିଭାଗ ମାସକୁ ପାଞ୍ଚ ଶହରୁ ଅଧିକ ମସ୍ତିଷ୍କାଘାତ ରୋଗୀଙ୍କୁ ସାମଗ୍ରୀକ ଚିକିତ୍ସା ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି।

    ଅନ୍ତଃସ୍ରାବି ଥ୍ରୋମ୍ବୋଲାଇସିସ୍, ମେକାନିକାଲ୍ ଥ୍ରୋମ୍ୱେକ୍ଟୋମି, ଷ୍ଟ୍ରୋକ୍ ନ୍ୟୁରୋ ସର୍ଜରୀ, ନ୍ୟୁରୋକ୍ରିଟିକାଲ୍ କେୟାର ଏବଂ ଉନ୍ନତ ନ୍ୟୁରୋ-ପୁନର୍ବାସ ଭଳି ସେବା ଅନ୍ତର୍ଭୁକ୍ତ ଥିବା ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

    ଏମ୍ସ ଭୁବନେଶ୍ୱରର ଡିନ ଡ. ପି ଆର ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ାଙ୍କ ସମେତ ଆଇଏନ୍ ଷ୍ଟ୍ରୋକ୍ ସବସେକ୍ସନ୍ ଚେୟାରମ୍ୟାନ୍ ଡ. ସୁନୀଲ କେ ନାରାୟଣ, ଇଣ୍ଡିଆନ୍ ଷ୍ଟ୍ରୋକ୍ ଆସୋସିଏସନର ସଭାପତି ଡ. ନିର୍ମଳ ସୂର୍ଯ୍ୟ, ଡ. କାମେଶ୍ୱର ପ୍ରସାଦ, ଡ. ପି ବିଜୟ ଏବଂ ଡ. ଏସ୍ ପି ଗୋର୍ଥୀ ପ୍ରମୁଖ ଏହି ସମ୍ମୀଳନୀରେ ଯୋଗଦେଇଥିଲେ।

    ଏହି ଅବସରରେ ବରିଷ୍ଠ ଆବାସିକ ଡାକ୍ତର ଏବଂ ଅଧ୍ୟାପକ ଅଧ୍ୟାପିକାମାନଙ୍କ ପାଇଁ ମସ୍ତିଷ୍କାଘାତ ସମ୍ବନ୍ଧୀୟ ଏକ ପୋଷ୍ଟର ଅଧିବେଶନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମାନବ ସମାଜ ପାଇଁ ଉତ୍ସର୍ଗୀକୃତ ସେବା ପାଇଁ ଭେଟେରାନ୍ ସ୍ନାୟୁବିଜ୍ଞାନୀ ଡକ୍ଟର ଆର.ଏନ୍ ସାହୁଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହି ସମ୍ମିଳନୀକୁ ଏମ୍ସର ଭୁବନେଶ୍ୱରର ସ୍ନାୟୁବିଜ୍ଞାନ ବିଭାଗ ମୁଖ୍ୟ ଡ. ସଞ୍ଜୀବ କୁମାର ଭୋଇ, ଡ. ମେନକା ଝା ଏବଂ ଡ. ପ୍ରିୟଙ୍କା ସାମଲ ପ୍ରମୁଖ ପରିଚାଳନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ