Wednesday, February 5, 2025
23.8 C
Odisha

    ଦଳିତବିରୋଧୀ ହିଂସାରେ ଉତ୍ତରପ୍ରଦେଶ ନଂ୧, ଓଡ଼ିଶାର ସ୍ଥାନ ୫ମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଏକ ନୂଆ ସରକାରୀ ରିପୋର୍ଟରେ ଏକ ଚିନ୍ତାଜନକ ସତ୍ୟ ପଦାକୁ ଆସିଛି। ୨୦୨୨ରେ ଦେଶରେ ଅନୁସୂଚିତ ଜାତିଙ୍କ ବିରୋଧରେ ହୋଇଥିବା ଅତ୍ୟାଚାରର ପ୍ରାୟ ୯୭.୭% ମାମଲା ୧୩ଟି ରାଜ୍ୟରେ ରେକର୍ଡ ହୋଇଛି । ପୁଣି ଏହି ୧୩ଟି ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଏଭଳି ଅପରାଧ ସର୍ବାଧିକ ରହିଛି। ଚିନ୍ତାଜନକ କଥା ହେଉଛି ଏହି ୧୩ଟି ରାଜ୍ୟରେ ଓଡ଼ିଶା ବି ରହିଛି । ଅନୁସୂଚୀତ ଜାତି ଓ ଜନଜାତିଙ୍କ ବିରୋଧୀ ଅତ୍ୟାଚାର କ୍ଷେତ୍ରରେ ଓଡ଼ିଶା ଦେଶରେ ୫ମ ସ୍ଥାନରେ ରହିଛି ।

    ଉତ୍ତରପ୍ରଦେଶ ଏପରି ମାମଲାରେ ଦେଶରେ ନଂ୧ ରହିଛି ବୋଲି ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଅଧୀନରେ ନିକଟରେ ଏକ ସରକାରୀ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଅନୁସୂଚିତ ଜନଜାତି (ଏସଟି) ବିରୋଧରେ ଅଧିକାଂଶ (୯୮.୯୧% ) ଅତ୍ୟାଚାର ମଧ୍ୟ ଏହି ୧୩ଟି ରାଜ୍ୟରେ ରେକର୍ଡ ହୋଇଛି ।

    ୨୦୨୨ରେ ଅନୁସୂଚିତ ଜାତି (ଏସସି) ଆଇନ ଅଧୀନରେ ଦାୟର ହୋଇଥିବା ୫୧,୬୫୬ଟି ମାମଲା ମଧ୍ୟରୁ ଉତ୍ତରପ୍ରଦେଶରେ ୨୩.୭୮% ବା ୧୨,୨୮୭ଟି ମାମଲା ରହିଛି । ରାଜସ୍ଥାନରେ ୮,୬୫୧ (୧୬.୭୫%) ଏବଂ ମଧ୍ୟପ୍ରଦେଶରେ ୭,୭୩୨ (୧୪.୯୭%) ମାମଲା ରହିଛି। ଅନୁସୂଚିତ ଜାତିଙ୍କ ବିରୋଧରେ ଅତ୍ୟାଚାର ମାମଲା ଅଧିକ ଥିବା ଅନ୍ୟ ରାଜ୍ୟଗୁଡ଼ିକ ହେଲା ବିହାରରେ ୬,୭୯୯ (୧୩.୧୬%), ଓଡ଼ିଶାରେ ୩,୫୭୬ (୬.୯୩%) ଏବଂ ମହାରାଷ୍ଟ୍ରରେ ୨,୭୦୬ (୫.୨୪%)। ଏହି ୬ଟି ରାଜ୍ୟରେ ସମୁଦାୟ ମାମଲାର ପ୍ରାୟ ୮୧% ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    34 %
    2.2kmh
    100 %
    Wed
    23 °
    Thu
    34 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ