Thursday, January 23, 2025
17 C
Odisha

    ରୁଆ ବେଳେ ନଥିଲା ଅମଳ ବେଳେ ତୁହାକୁ ତୁହା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଗୁରୁବାର ରାତିରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଛି । ଶୁକ୍ରବାର ଓ ଶନିବାର ମଧ୍ୟ ପ୍ରବଳ ମାତ୍ରାରେ ବର୍ଷା ହୋଇଛି । ଯାହା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ସୂଚନା ପ୍ରକାରେ ଚଳିତବର୍ଷ ବର୍ଷା ଅଭାବ ଯୋଗୁଁ ଧାନ ରୁଆରେ ବିଳମ୍ବ ହୋଇଥିଲା । ତା ପରେ ନିୟମିତ ବର୍ଷା ହୋଇଥିଲା । ଫଳରେ ଧାନରୁଆ ଠିକଠାକ ହୋଇଥିଲା । କେବଳ ଢିପ ଅଞ୍ଚଳରେ ଧାନରୁଆ ବାଧାପ୍ରାପ୍ତ ହୋଇଥିଲା । ଚାଷୀମାନେ ଚଳିତବର୍ଷ ଅଧିକ ଅମଳ କରି ସରକାରଙ୍କ ଧାର୍ଯ୍ୟମୂଲ୍ୟ ୩୧୦୦ଟଙ୍କାରେ ଧାନ ବିକି ଭଲ ପଇସା ପାଇବେ ବୋଲି ଆଶା ବାନ୍ଧି ରହିଥିଲେ । ମାତ୍ର ଧାନ ପାଚି ଅମଳ ହେବା ସମୟରେ ୨ଥର ଅଦିନିଆ ବର୍ଷା ପୁଣି ଲଗାତାର ଏବେ ତିନିଦିନ ଧରି ବର୍ଷା ପ୍ରଭାବରେ କଟା ହୋଇଥିବା ଧାନ ପାଣିରେ ବୁଡ଼ି ଯାଇଛି । ପୁଣି ଆଗକୁ ବର୍ଷା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଣେ ପାଣିରେ ବୁଡ଼ି ରହିଥିବା ଧାନଗୁଡ଼ିକ ଗଜା ହୋଇଯିବ ନିଶ୍ଚୟ । ପୁଣି ୨୦ଭାଗ ଧାନ କଟା ନ ହୋଇ ବିଲରେ ରହିଛି । ସେହି ଧାନ ଗୁଡ଼ିକ ସମ୍ପୂର୍ଣ୍ଣ ପାଚିଯାଇ କେଣ୍ଡା ଗୁଡ଼ିକ ନହିଁ ଗଲାଣି । ବର୍ତ୍ତମାନକୁ ୭ଦିନ ପର୍ଯ୍ୟନ୍ତ ସେହି ଧାନଗଛ ଗୁଡ଼ିକ କଟା ହୋଇପାରିବ ନାହିଁ । ଯେହେତୁ ଜମିରେ ପାଣି ରହିବ । ଜମି ଶୁଖିଲା ପରେ ହିଁ ଧାନକଟା ହେବ । ସେତେବେଳକୁ ଧାନ କେଣ୍ଡା ଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଝଡ଼ିଯିବ । ତାହା ଗମୁ ହେବ । ଚାଷୀଙ୍କ ଦୁର୍ଦଶା ବଢୁଥିବାରୁ ଚାଷୀକୂଳ ଏବେ ଦଇବ ଦାଉ ସାଜିଲା ବୋଲି ହୁରି କଲେଣି । ପାଚିଲା ଧାନ ଉପରେ କଷଣ ଭଳି ଅବସ୍ଥା ହୋଇଗଲାଣି । ଏପେଟ ଅମଳ ଅପେକ୍ଷାରେ ଥିବା ଧାନକୁ ସୁରକ୍ଷିତ ରଖିବା ଲାଗି ଚାଷୀକୂଳ ଆପ୍ରାଣ ଉଦ୍ୟମ କରୁଛନ୍ତି । ଲୋକେ ଶୀତରେ ଜଡ଼ସଡ଼ ହେଉଥିବା ବେଳେ ପୁଣି ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରି ଦେଇଛି । ଏନେଇ ଅଭିଜ୍ଞ ଚାଷୀ ସୀମାଞ୍ଚଳ ନାହାକ କହିଛନ୍ତି ଯେ, ମଣିଷ ପ୍ରତିଦିନ ପରିବେଶକୁ ନଷ୍ଟ କରୁଛି । ଫଳରେ ଅଦିନିଆ ବର୍ଷା ହେଉଛି । ବାରମ୍ବାର ଫସଲ ନଷ୍ଟ ହେବାରେ ଲାଗିଛି । ଏଣୁ ଆମେ ଏବେ ମାଟି, ପାଣି, ପବନ ଓ ଜଙ୍ଗଲ ସୁରକ୍ଷା କରିବାକୁ ହେବ । ନଚେତ ଭବିଷ୍ୟତରେ ଜୀବଜଗତ ତିଷ୍ଠିବା କଷ୍ଟକର ହୋଇଯିବ ବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17 ° C
    17 °
    17 °
    52 %
    1.6kmh
    0 %
    Wed
    17 °
    Thu
    33 °
    Fri
    33 °
    Sat
    33 °
    Sun
    32 °

    ସମ୍ବନ୍ଧିତ