Tuesday, September 29, 2026
24.9 C
Odisha

    ଡିଏଭି ୟୁନାଇଟେଡ୍ ଫେଷ୍ଟିଭାଲ୍‌ ଉଦ୍‌ଘାଟିତ: ‘ବିବିଧତା ମଧ୍ୟରେ ଏକତା ଆମ ସଂସ୍କୃତିର ବୈଶିଷ୍ଟ୍ୟ’

    ଆଗକୁ ପଢନ୍ତୁ

    ଚନ୍ଦ୍ରଶେଖରପୁର: ଷଷ୍ଠ ଡିଏଭି ୟୁନାଇଟେଡ୍ ଫେଷ୍ଟିଭାଲ୍ ଭୁବନେଶ୍ୱରସ୍ଥିତ ଇଷ୍ଟକୋଷ୍ଟ୍ ରେଲୱେ ଇନଡୋର୍ ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସର୍ବଭାରତୀୟ ଡିଏଭି ସଭାପତି ଡ. ପୁନମ ସୁରୀ, ସାଧାରଣ ସମ୍ପାଦକ ଅଜୟ ସୁରୀ, ନିର୍ଦ୍ଦେଶିକା ଡ. ନିଶା ପେଶିନ୍ ଏବଂ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଚନ୍ଦ୍ର ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ଶତପଥୀ ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ମହୋତ୍ସବ ଓଡ଼ିଶାରେ ଆୟୋଜନ କରିବାର ସୁଯୋଗ ଡିଏଭି ପରିଚାଳନା ସମିତି ନୂଆଦିଲ୍ଲୀ ପ୍ରଦାନ କରିଥିବାରୁ ସେ ସମିତିର ସଭାପତି ପୁନମ ସୁରୀଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ବକ୍ତବ୍ୟରେ ପୂର୍ଣ୍ଣାଙ୍ଗ ଶିକ୍ଷା ମାଧ୍ୟମରେ ଆଦର୍ଶ ବିଦ୍ୟାର୍ଥୀ ଗଢ଼ିବାରେ ଡିଏଭି ପରି ପବିତ୍ର ଅନୁଷ୍ଠାନ ସମର୍ଥ ହୋଇପାରିଛି ବୋଲି କହିଥିଲେ।
    ସେହିପରି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ସର୍ବଭାରତୀୟ ସଭାପତି ପୁନମ ସୁରୀ କହିଥିଲେ ଯେ, ବିବିଧତା ମଧ୍ୟରେ ଏକତା ଆମ ସଂସ୍କୃତିର ମହାନ ବୈଶିଷ୍ଟ୍ୟ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଖ୍ୟାତ କଳାକାର ସୁନୀଲ ଗ୍ରୋଭର, ଇନ୍ଦର ସାହାଣୀ, ଏମ୍‌.ସି. ସ୍କୋୟାର, ଗୁରୁକୃପା ମିଶ୍ର, ଶାଶ୍ୱତ ଯୋଶୀ ପ୍ରମୁଖ ଆକର୍ଷଣୀୟ କଳା ପ୍ରଦର୍ଶନ ଜରିଆରେ ଉପସ୍ଥିତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ।

    ସନ୍ଧ୍ୟା ଉତ୍ସବରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତି ନିର୍ମାଣରେ ଡିଏଭି ଶିକ୍ଷାନୁଷ୍ଠାନ ସମୂହର ଭୂମିକା ସ୍ମରଣୀୟ ବୋଲି କହିବା ସହ ଉତ୍ସବର ସଫଳତା କାମନା କରିଥିଲେ। ଏହି ମହୋତ୍ସବରେ ଦେଶର ୨୨ଟି ରାଜ୍ୟର ପ୍ରସଙ୍ଗଭିତ୍ତିକ ଷ୍ଟଲ୍‌, ବହୁବିଧ ଖାଦ୍ୟପସରା, ସର୍ଜନାତ୍ମକ କଳା ଓ ହସ୍ତଶିଳ୍ପ, ନବଉଦ୍ଭାବନ, ଗେମ୍ ଜୋନ୍‌, ବିପଣନ କେନ୍ଦ୍ର ଆଦି ପ୍ରଦର୍ଶିତ ହୋଇଛି। ଆସନ୍ତାକାଲି ଉଦ୍‌ଯାପିତ ହେବାକୁ ଥିବା ଏହି ମହୋତ୍ସବରେ ଅନେକ ଖ୍ୟାତନାମା ନେତୃମଣ୍ଡଳୀ ଓ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ