Monday, February 24, 2025
17.3 C
Odisha

    ମିଳିଲା ରାଜ୍ୟ ଚଳଚିତ୍ର ପୁରସ୍କାର,୩୩ ଟି ବର୍ଗରେ ଦିଆଯାଉଛି ପୁରସ୍କାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମିଳିଲା ରାଜ୍ୟ ଚଳଚିତ୍ର ପୁରସ୍କାର । ୩ ବର୍ଷ ଅର୍ଥାତ ୨୦୨୦ ,୨୧ ଓ ୨୨ ପାଇଁ ମିଳିଛି ଚଳଚିତ୍ର ପୁରସ୍କାର । ୩୩ ଟି ବର୍ଗରେ ଦିଆଯାଉଛି ପୁରସ୍କାର । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି  ।

    ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପି ସାଧନା ପାଇଁ ସର୍ବୋଚ୍ଚ ସମ୍ମାନ “ମୋହନ ସୁନ୍ଦର ଦେବ ଗୋସ୍ବାମୀ’ ପୁରସ୍କାର ପାଇଁ ପାଞ୍ଚ ଲକ୍ଷ ଟଙ୍କା , ଶ୍ରେଷ୍ଠ ପୂର୍ଣାଙ୍ଗ ଚଳଚ୍ଚିତ୍ର ପାଇଁ ଦୁଇ ଲକ୍ଷ ଦିଆଯାଇଛି  । ମୋଟ ୩୩ଟି ବର୍ଗରେ ପ୍ରତି ବର୍ଷ ଜୁରୀଙ୍କ ଦ୍ବାରା ଚୟନ ହୋଇଥିବା କଳାକାରମାନଙ୍କୁ ଆର୍ଥିକ ପୁରସ୍କାର ସହିତ ମାନପତ୍ର ଏବଂ ସମ୍ବର୍ଧନା ଦିଆଯାଇଛି  ।

    ୨୦୨୦ ବର୍ଷ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ତଥା ଜୀବନ ବ୍ୟାପୀ ସାଧନା ସମ୍ମାନ ପୁରସ୍କାର ପାଇଛନ୍ତି ନିର୍ଦ୍ଦେଶକ ଅନନ୍ତ ମହାପାତ୍ର  । ୨୦୨୧ ବର୍ଷ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇଛନ୍ତି ବରିଷ୍ଠ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର  ।  ସେହିପରି ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର ଦିଆଯାଇଛି  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.3 ° C
    17.3 °
    17.3 °
    36 %
    1.3kmh
    0 %
    Mon
    33 °
    Tue
    34 °
    Wed
    35 °
    Thu
    36 °
    Fri
    38 °

    ସମ୍ବନ୍ଧିତ