Monday, November 16, 2026
17.6 C
Odisha

    ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ

    ଆଗକୁ ପଢନ୍ତୁ

    କେନ୍ଦୁଝର/ତେଲକୋଇ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ ଚାଲିଥିବାର ସୂଚନା ରହିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘର ବ୍ୟତୀତ ୮ଟି ସ୍ଥାନରେ ଏକକାଳୀନ ଚଢଉ ଜାରି ରହିଛି। ସୂଚନା ଅନୁଯାୟୀ, ଭୁବନେଶ୍ବର, କେନ୍ଦୁଝର, ତେଲକୋଇ ଓ ତାଳଚେରର ୪ଟି ସ୍ଥାନରେ ଚଢଉ କରୁଛି ଭିଜିଲାନ୍ସ ଟିମ୍। ତାଙ୍କର କେନ୍ଦୁଝରରେ ୧୫ଟି ଦୋକାନ ଘର ଥିବା ଏକ ମାର୍କେଟ କଂପ୍ଲେକ୍ସ ଥିବାର ପ୍ରାରମ୍ଭିକ ସୂଚନା ମିଳିଛି। ଏଣେ ଭୁବନେଶ୍ବରରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କର ଗୋଟିଏ ଫ୍ଲାଟ୍ ଥିବା ଜଣାଯାଇଛି। ତେଲକୋଇରେ ଗୋଟିଏ ଦୁଇ ମହଲା ଘର ନିର୍ମାଣାଧୀନ ରହିଥିବା ବେଳେ ଓ ଗୋଟିଏ ମହଲା ଘର ରହିଛି। ଏହାଛଡ଼ା ଘଟଗାଁରେ ଜଣେ ସଂପର୍କୀୟଙ୍କ ଘରେ ବି ଚଢଉ ଚାଲିଛି। ଏହି ଚଢଉରେ ୧୦ଜଣ ଡିଏସପି, ୧୬ଜଣ ଇନସ୍ପେକ୍ଟର ଓ ୭ଜଣ ଏସଆଇ/ ଏଏସଆଇରେ ସାମିଲ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.6 ° C
    17.6 °
    17.6 °
    81 %
    1.2kmh
    86 %
    Mon
    27 °
    Tue
    26 °
    Wed
    25 °
    Thu
    21 °
    Fri
    19 °

    ସମ୍ବନ୍ଧିତ