Thursday, September 17, 2026
30.6 C
Odisha

    ଲାଞ୍ଚ ନେଇ ଧରାପଡିଲେ ଆର୍‌ଆଇ ମନୋଜ ମହାନନ୍ଦ

    ଆଗକୁ ପଢନ୍ତୁ

    ୨୦୨୨ରେ ଲାଞ୍ଚ ନେଇ ଧରାପଡିଥିଲେ। ସେହି ମାମଲା ଏବେ ବି ଚାରାଧୀନ ଥିବା ବେଳେ ଆଜି ପୁଣି ଥରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନାକଟିଦେଉଳ ତହସିଲ୍‌ ଡାଇଁଚ ଆରଆଇ ମନୋଜ ମହାନନ୍ଦ। ସମ୍ବଲପୁର ନାକଟିଦେଉଳ ତହସିଲର ଡଇଁଚାରେ ନିଯୁକ୍ତ ଆରଆଇ ମନୋଜ ମହାନନ୍ଦ ଆଜି ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଧରାପଡିଛନ୍ତି। ମ୍ୟୁଟେସନ୍‌ ରିପୋର୍ଟ ତହସିଲଦାରଙ୍କୁ ପଠାଇବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେଇ ଧରାପଡ଼ିବା ପରେ ଆରଆଇ ମନୋଜ ମହାନନ୍ଦଙ୍କର ଦୁଇଟି ଠିକଣାରେ ମଧ୍ୟ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି। ପୂର୍ବରୁ ଜମନକିରା ଆର୍‌ଆଇ ଥିବାବେଳେ ୨୦୨୨ରେ ଲାଞ୍ଚ ନେଇ ଧରାପଡିଥିଲେ ମନୋଜ ମହାନନ୍ଦ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30.6 ° C
    30.6 °
    30.6 °
    69 %
    1.4kmh
    36 %
    Thu
    31 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ