Monday, October 19, 2026
24.8 C
Odisha

    ଅଫିସରେ କାମ କରୁ କରୁ ଚାଲିଗଲା ଜୀବନ; ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ କୌଣସି କାର୍ଯ୍ୟ କରୁଥିବା ସମୟରେ ଚାଲିଯାଉଛି ଜୀବନ। ଏପରି ଅନେକ ଭିଡିଓ ସାମ୍ନାକୁ ଆସୁଥିବା ବେଳେ ଜଣେ ବ୍ୟାଙ୍କ୍ କର୍ମଚାରୀ କାମ କରିବା ସମୟରେ ହୃଦଘାତ ରେ ଆଖି ବୁଜିଛନ୍ତି। ସୂଚନା ଅନୁସାରେ, ମୃତ ରାଜେଶ କୁମାର ସିନ୍ଦେ ନାମକ ଜଣେ ୩୦ ବର୍ଷୀୟ ଯୁବକ HDFC ବ୍ୟାଙ୍କର ଉତ୍ତର ପ୍ରଦେଶ ମହୋବା ବ୍ରାଞ୍ଚରେ କାର୍ଯ୍ୟରତ ଥିଲେ। ସବୁଦିନ ପରି ସେ ଆଜି ମଧ୍ୟ ଅଫିସ୍ ଯାଇଥିଲେ ଆଉ ନିଜ କାର୍ଯ୍ୟ କରୁଥିଲେ।


    ଲାପଟପରେ କୌଣସି କାମ କରିବା ବେଳେ ସେ ହଠାତ୍ କାମ ଛାଡ଼ି ଚୌକିରେ ମୁଣ୍ଡ ଆଉଜି ଶୋଇ ଯାଇଥିଲେ। ହେଲେ କୌଣସି ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତାଙ୍କ ଚେହେରାରେ ଭିନ୍ନତା ପରିଲକ୍ଷିତ ହୋଇଥିଲା। ନିକଟରେ ଥିବା ସହକର୍ମଚାରୀମାନେ ତୁରନ୍ତ ତାଙ୍କୁ ପାଣି ଦେବା ସହ ଆରାମ ଦେବା ପାଇଁ ଏକ ସ୍ଥାନରେ ଶୁଆଇ ଦେଇଥିଲେ। କିଛି ସମୟ ଭିତରେ ତାଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହିପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାରୁ ହୃଦଘାତକୁ ନେଇ ସାଧାରଣରେ ଦବେଗ ପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.8 ° C
    24.8 °
    24.8 °
    81 %
    0.4kmh
    37 %
    Mon
    30 °
    Tue
    30 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ