Sunday, October 4, 2026
24.3 C
Odisha

    ଭାଲୁ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

    ଆଗକୁ ପଢନ୍ତୁ

    ହରିଚନ୍ଦନପୁର / ଦୈତାରି : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତ ତୁର୍କିପଦା ଗ୍ରାମର ପବନା ଜୁଆଙ୍ଗ(୫୦)ଭାଲୁ ଆକ୍ରମଣରେ ଆଜି ମୃତ୍ୟୁବରଣ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଶ୍ରୀ ଜୁଆଙ୍ଗ ନିଜ ଘର ନିକଟରେ ଥିବା ଚନ୍ଦାଡିହ ଜଙ୍ଗଲ ମଧ୍ୟରେ ଥିବା ନିଜ ଜମିରେ ଧାନ ଚାଷ କରିଥିଲେ । ଧାନ ଫସଲକୁ ହାତୀ ଦାଉରୁ ରକ୍ଷା ଜଗିବା ପାଇଁ ଚାଷ ଜମି ନିକଟରେ ମଞ୍ଚା ବାନ୍ଧି ରାତିରେ ଜଗି ରହିଥିଲେ। ଆଜି ସକାଳେ  ଶୌଚ ହେବା ପାଇଁ ଯିବା ସମୟରେ ହଠାତ ତାଙ୍କୁ  ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ପ୍ରତି ଆକ୍ରମଣରେ ଗୋଟିଏ ଭାଲୁ ସେ ସ୍ଥାନରୁ ଚାଲି ଯାଇଥିବା ବେଳେ ଅନ୍ୟ ଏକ ଭାଲୁ ପବନାଙ୍କ ମୁହିଁ ଓ  ଜଙ୍ଘରେ ଗଭୀର କ୍ଷତ କରିଥିଲା। ଜମି ନିକଟରେ ଥିବା ଅନ୍ୟ ମଞ୍ଚାର  ଲୋକମାନେ ଯେତେ ଚେଷ୍ଟା କଲେ ମଧ୍ୟ ଭାଲୁକୁ ଘଉଡାଇ ପାରି ନଥିଲେ।

    ଖବର ପାଇ ଗ୍ରାମବାସୀ ଜଙ୍ଗଲ ମଧ୍ୟରୁ ପବନା ଜୁଆଙ୍ଗଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି  ଭାର ସାହାଯ୍ୟରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହି ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ  ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।ଘଟଣା ସ୍ଥଳକୁ ବ୍ରାହ୍ମଣୀପାଳ ରେଞ୍ଜର ପ୍ରିୟଦର୍ଶିନୀ ସାହୁ,ବନପାଳ ଦିବାକର ମୁଣ୍ଡା,ବନରକ୍ଷୀ ଅଭିନାଶ ପରିଡ଼ା, ବନ ସୁରକ୍ଷା କର୍ମଚାରୀ ସୁରେଶ ଚନ୍ଦ୍ର ମହାନ୍ତ,ମିଶ୍ର ଦେହୁରୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।ମୃତକଙ୍କ ପରିବାରକୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବନାଞ୍ଚଳ ଅଧିକାରୀ  ପ୍ରତିଶ୍ରୁତି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ