Wednesday, September 9, 2026
25.2 C
Odisha

    ଲିଥୁଆନିଆରେ ମାଲବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

    ଆଗକୁ ପଢନ୍ତୁ

    ଭିଲନିଅସ୍: ପାର୍ସଲ ଓ କୋରିଅର୍ ସେବା ଯୋଗାଉଥିବା ଜର୍ମାନ କମ୍ପାନୀ ଡିଏଚ୍ଏଲର ଏକ ମାଲବାହୀ ବିମାନ ସୋମବାର ସକାଳେ ରାଜଧାନୀ ଲିଥୁଆନିଆର ରାଜଧାନୀ ଭିଲନିଅସ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଏୟାରପୋର୍ଟ ନିକଟରେ ଥବା ଏକ ଘର ଉପରେ ମାଡ଼ ହୋଇ ଜଳିଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜରୁରୀକାଳୀନ ଅଧିକାରୀଙ୍କ ବୟାନ ଦେଇ ଲିଥୁଆନିଆର ସାର୍ବଜନୀନ ପ୍ରସାରଣ ସଂସ୍ଥା ‘ଏଲଆରଟି’ ରିପୋର୍ଟ କରିଛି ଯେ ଦୁର୍ଘଟଣା ପରେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ଜଣେ ମୃତ ଘୋଷଣା କରାଯାଇଥିଲା।

    ବିମାନବନ୍ଦର ନିକଟରେ ଥିବା ଏକ ଦୁଇ ମହଲା ଘର ଉପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଲଆରଟି ସୂଚନା ଦେଇଛି। ଲିଥୁଆନିଆର ବିମାନବନ୍ଦର କର୍ତ୍ତୃପକ୍ଷ ଏହି ବିମାନଟିକୁ ଜର୍ମାନୀର ଲିପଜିଗରୁ ଭିଲନିୟସ୍ ବିମାନବନ୍ଦରକୁ ଉଡ଼ାଣ କରୁଥିବା ଏକ ଡିଏଚ୍ଏଲ୍ ମାଲବାହୀ ବିମାନ ବୋଲି ଚିହ୍ନଟ କରିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟ୍ରକ୍ ସମେତ ଭିଲନିୟସର ଜରୁରୀକାଳୀନ ସେବା ଉପସ୍ଥିତ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    90 %
    1.5kmh
    96 %
    Tue
    25 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ