Saturday, October 10, 2026
24.4 C
Odisha

    OSSC ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଅବସରପ୍ରାପ୍ତ IAS ସୁଧାକର ବୁର୍ଗି

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :   ଅବସରପ୍ରାପ୍ତ IAS ସୁଧାକର ବୁର୍ଗିଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(OSSC )ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ପୂର୍ବତନ ଡିଜିପି ଅଭୟଙ୍କ ଇସ୍ତଫା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବତନ OSSC ଅଧ୍ୟକ୍ଷ ଅଭୟ ୧୯ ମେ’ ୨୦୨୫ରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ।  ଅବସରପ୍ରାପ୍ତ IAS ସୁଧାକର ବୁର୍ଗିଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କ ନିଜସ୍ୱ ଦାୟିତ୍ୱ ସହିତ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରାଯାଉଛି। ଆଇଏଏସ ସୁଧାକରଙ୍କୁ ପାଞ୍ଚ ବର୍ଷ ପାଇଁ କିମ୍ବା ତାଙ୍କୁ ୬୫ ବର୍ଷ ହେବା ପର୍ଯ୍ୟନ୍ତ OSSC ର ସଦସ୍ୟ ଭାବରେ ମନୋନୀତ କରାଯାଇଛି। ତାଙ୍କର ଦରମା, ଭତ୍ତା ଏବଂ ସେବା ସର୍ତ୍ତାବଳୀ OSSC (ଚେୟାରମ୍ୟାନ୍ ଏବଂ ସଦସ୍ୟଙ୍କ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମ, ୧୯୯୫ ଦ୍ୱାରା ନିୟନ୍ତ୍ରିତ ହେବ। ସୁଧାକର ବୁର୍ଗିଙ୍କ ସହିତ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ ଉଦୟ ନାରାୟଣ ଦାସ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପୂର୍ବତନ ପ୍ରଫେସର ଶ୍ରୁତି ଦାସଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ