Sunday, October 4, 2026
24.3 C
Odisha

    ବହରାଇଚରେ ହେବ ବୁଲଡୋଜର ଆକ୍ସନ ! ୨୩ଟି ଘରକୁ ନୋଟିସ୍

    ଆଗକୁ ପଢନ୍ତୁ

    ବହରାଇଚ୍: କିଛି ଦିନ ତଳେ ଉତ୍ତରପ୍ରଦେଶର ବହରାଇଚ୍ ଜିଲ୍ଲାର ମହାରାଜଗଞ୍ଜ ଅଞ୍ଚଳରେ ଏକ ହିଂସାତ୍ମକ ଘଟଣା ଘଟିଥିଲା। ଦୁର୍ଗାପୂଜା ପରେ ବିସର୍ଜନ ଶୋଭାଯାତ୍ରା ସମୟରେ ରାମ ଗୋପାଳ ମିଶ୍ର ପଥର ମାଡ଼ ଓ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ହିଂସା ଓ ହତ୍ୟାଘଟଣାରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧଙ୍କୁ ପୁଲିସ ଗିରଫ କରିଛି। ସେପଟେ ବୁଲଡୋଜର ବ୍ୟବହାର କରି ଏହି ଅଞ୍ଚଳରେ ଥିବା ବେଆଇନ ନିର୍ମାଣକୁ ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ବହରାଇଚ୍ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ଅବଦୁଲ ହମିଦର ଘର ସମେତ ମୋଟ ୨୩ଟି ଘରେ ବେଆଇନ ନିର୍ମାଣ ପାଇଁ ନୋଟିସ୍ ଜାରି କରାଯାଇଛି।
    ସୂଚନା ଅନୁସାରେ ଏନକାଉଣ୍ଟରରେ ଆହତ ହୋଇଥିବା ଅବଦୁଲ ହମିଦର ଘର ସମେତ ମୋଟ ୨୩ଟି ଘରେ ବେଆଇନ ନିର୍ମାଣ ନେଇ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ନୋଟିସରେ କୁହାଯାଇଛି ଯେ ଯଦି ସେମାନଙ୍କ ଘର କେନ୍ଦ୍ରୀୟ ରାସ୍ତାଠାରୁ ୬୦ ଫୁଟ ପରିଧି ମଧ୍ୟରେ ଅଛି, ତେବେ ସେମାନଙ୍କୁ ନିର୍ମାଣ ଅନୁମତି କପି ଦେଖାଇବାକୁ ପଡ଼ିବ, ନଚେତ୍ ନିଜେ ସେମାନଙ୍କ ନିର୍ମାଣକୁ ଭାଙ୍ଗି ଦିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ