Wednesday, September 16, 2026
30.2 C
Odisha

    ପୋଷଣ କେନ୍ଦ୍ର ବନ୍ଦ: ପ୍ରଭାବିତ ହେବେ ୧୫,୦୦୦ରୁ ଊର୍ଦ୍ଧ୍ବ ଶିଶୁ ଓ ଗର୍ଭବତୀ ମହିଳା

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉଚ୍ଚ ରହିଛି ବଣ୍ଡାଘାଟି। ଏହି ବଣ୍ଡାଘାଟିରେ ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ବସବାସ କରନ୍ତି। ବଣ୍ଡା ପାହାଡ଼ ସୌନ୍ଦର୍ଯ୍ୟ ପାଇଁ ଯେତିକି ଖ୍ୟାତି ଅର୍ଜନ କରିଛି, ସେଠାରେ ବସବାସ କରୁଥିବା ମହିଳା ଓ ଶିଶୁ ଅପପୁଷ୍ଟି ଓ ପୋଷଣର ଅଭାବ କଥା ମଧ୍ୟ ସେତିକି କୁଖ୍ୟାତି ଲାଭ କରିଛି। ଏହି ସମସ୍ୟାର ସମାଧାନ ପାଇଁ ତତ୍କାଳୀନ ସରକାର ବଣ୍ଡାଘାଟିରେ ଓପିଏନଆଇପି ଯୋଜନା ଆରମ୍ଭ କରିଥିଲେ, ଯାହାକି ବଣ୍ଡା ଉନ୍ନୟନ ସଂସ୍ଥା ଗତ ୨୦୨୧ ମସିହାରୁ ପ୍ରତ୍ୟକ୍ଷ ତତ୍ବାବଧାନରେ କାର୍ଯ୍ୟକାରୀ ହୋଇ ଆସୁଥିଲା। ଏହାର ମୂଳ ଲକ୍ଷ୍ୟ ଥିଲା ଯେ ବଣ୍ଡା ଜନଜାତିର ମହିଳା ଓ ଶିଶୁମାନଙ୍କ ମଧ୍ୟରେ ଅପପୁଷ୍ଟି ଦୁରିକରଣ ଓ ସୁସ୍ଥ ସମାଜ ଗଠନ। ଏହି ଯୋଜନାରେ ୪୨୭୪ ଜଣ ଶିଶୁ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର (ଶିଶୁଗୃହ)ରେ ରହି ଆସୁଥିଲେ। ଏମାନଙ୍କର ବୟସ ୭ ମାସରୁ ୩ ବର୍ଷ।ସେହିପରି ପୋଡାପୁଷ୍ଟି କାର୍ଯ୍ୟକ୍ରମରେ ୩୭୨୧ ଜଣ ୩ ବର୍ଷରୁ ୬ ବର୍ଷର ଶିଶୁ ଉପକୃତ ହେଉଥିବା ବେଳେ ୫୮୪୯ ଜଣ ଗର୍ଭବତୀ ଓ ପ୍ରସୂତୀ ମହିଳା ମଧ୍ୟ ଲାଭାନ୍ବିତ ହେଉଥିଲେ।

    ଏହା ଚାରୋଟି ପଞ୍ଚାୟତ ଯଥା ମୁଦୁଲିପଡା, ଅଣ୍ରାହାଲ, ବଡଡୁରାଲ ଓ ରାସବେଡାର ୩୦ଟି ଗ୍ରାମରେ କାମ କରୁଥିଲା। ୯ଟି ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ରହିଥିବା ବେଳେ ୨୧ଟି ଏସଏମଏଫସି ଓ ୧୩ଟି ଏସଏଫସି ବା ପଡାପୁଷ୍ଟି କାର୍ଯ୍ୟକ୍ରମ ଚାଲିଥିଲା। ଏହାକୁ ତଦାରଖ କରିବା ପାଇଁ ୪ ଜଣ ଗ୍ରାମ ପଞ୍ଚାୟତ ପୋଷଣ ସହାୟକଙ୍କୁ ବଣ୍ଡା ଉନ୍ନୟନ ସଂସ୍ଥା ନିଯୁକ୍ତି ଦେଇଥିଲା। ଏହା ଚାରୋଟି ପଞ୍ଚାୟତ ଯଥା ମୁଦୁଲିପଡା, ଅଣ୍ରାହାଲ, ବଡଡୁରାଲ ଓ ରାସବେଡାର ୩୦ଟି ଗ୍ରାମରେ କାମ କରୁଥିଲା। ୯ଟି ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ରହିଥିବା ବେଳେ ୨୧ଟି ଏସଏମଏଫସି ଓ ୧୩ଟି ଏସଏଫସି ବା ପଡାପୁଷ୍ଟି କାର୍ଯ୍ୟକ୍ରମ ଚାଲିଥିଲା। ଏହାକୁ ତଦାରଖ କରିବା ପାଇଁ ୪ ଜଣ ଗ୍ରାମ ପଞ୍ଚାୟତ ପୋଷଣ ସହାୟକଙ୍କୁ ବଣ୍ଡା ଉନ୍ନୟନ ସଂସ୍ଥା ନିଯୁକ୍ତି ଦେଇଥିଲା।

    ତେବେ ମହିଳାମାନେ ନିଜ ନିଜ ଶିଶୁଙ୍କୁ ପୋଷଣ କେନ୍ଦ୍ରରେ ଛାଡି ବିନା ଦ୍ବିଧାରେ ଖେତକୁ କିମ୍ବା ଜଂଗଲକୁ ସହଜରେ ଯାଇପାରୁଥିଲେ। ଶିଶୁମାନେ ଏହି ସମୟରେ ଶିଶୁ ଗୃହରେ ରହି ପୁଷ୍ଟିକର ଖାଦ୍ୟ, ସ୍ବଚ୍ଛ ପାନୀୟ ଜଳ, ପରିଷ୍କାର ପରିଚ୍ଛନ ରହିବା, ସଫା ପୋଷାକ ପିନ୍ଧିବା, ଖେଳିବା, ମଶାରୀ ବାନ୍ଧି ସେମାନଙ୍କୁ ଶୁଆଇବା, ବିଭିନ୍ନ ଗୀତ ଓ ଗପ କହିବା ଭଳି କାର୍ଯ୍ୟ କରିବା ଦ୍ବାରା ସେମାନଙ୍କର ଶାରିରୀକ ଓ ମାନସିକ ଅଭିବୃଦ୍ଧି ଘଟୁଥିଲା।

    ସେହିପରି ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ଗରମ ରନ୍ଧା ଖାଦ୍ୟ ଦିଆଯାଉଥିଲା, ଯାହାକି ସେମାନେ ନିଜ ଘରେ ଖାଇପାରୁନଥିଲେ। ପଡାପୁଷ୍ଟି କାର୍ଯ୍ୟକ୍ରମରେ ଅଙ୍ଗନବାଡି କେନ୍ଦ୍ରରୁ ଦୁରରେ ଥିବା ଗାଁଗୁଡିକର ଶିଶୁମାନେ କେନ୍ଦ୍ରକୁ ଆସି ଖାଇପାରୁନଥିଲେ, ସେହି ପିଲାମାନଙ୍କ ପାଇଁ ସେମାନଙ୍କ ନିଜ ଗାଁରେ ରନ୍ଧା ଖାଦ୍ୟ ଦିଆଯାଉଥିଲା।

    ତେବେ ଏକ ସୁନ୍ଦର ଏବଂ ଆଦିମ ଜନଜାତିଙ୍କ ପାଇଁ ଲାଭ ଦାୟକ ଯୋଜନାକୁ ଗତ ସେପ୍ଟେମ୍ବର ୩୦ ତାରିଖରେ ବନ୍ଦ କରିଦିଆଯାଇଛି। ପୋଷଣ କେନ୍ଦ୍ରଗୁଡିକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଗର୍ଭବତୀ ମହିଳା ଓ ଶିଶୁମାନଙ୍କର ଅଭିଭାବକମାନେ ଏହା ଜାଣିନପାରି କେନ୍ଦ୍ରକୁ ଆସି ଖାଲି ହାତରେ ଫେରୁଥିବା ଦେଖିବାକୁ ମିଳିଛି। ଏହା ବନ୍ଦ ହେବା ଦ୍ବାରା ଏହି ଜନଜାତି କିପରି ସୁସ୍ଥ ସମାଜ ଗଠନ କରିବେ ତାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି। ତୁରନ୍ତ ଏନେଇ ସରକାର ବିଚାର କରନ୍ତୁ ବୋଲି ବଣ୍ଡା ଜନଜାତି ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.2 ° C
    30.2 °
    30.2 °
    68 %
    1.2kmh
    57 %
    Wed
    30 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ