Friday, October 2, 2026
24.8 C
Odisha

    ଛାତ୍ର ସଂସଦ ନିର୍ବାଚନ ପାଇଁ ବାଟ ଫିଟୁଛି !: ସୂରଜ୍ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଏଥର ଛାତ୍ର ସଂସଦ ନିର୍ବାଚନ ହୋଇ ପାରେ। ଛାତ୍ର ସଂସଦ ନିର୍ବାଚନ ପାଇଁ ବାଟ ଫିଟୁଥିବା କୁହାଯାଉଛି। ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଛାତ୍ର ସଙ୍ଗଠନର ଦାବି ମହତ୍ତ୍ଵପୂର୍ଣ୍ଣ କହିବା ସହ ଛାତ୍ରଛାତ୍ରୀଙ୍କ ହିତ୍ ଉଦ୍ଦେଶ୍ୟରେ ସରକାର ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ କହିଛନ୍ତି । ପୂର୍ବରୁ ମୂଖ୍ୟମନ୍ତ୍ରୀ ମୋହନ୍ ମାଝୀଙ୍କ ୧୫ ଦିନର ରିପୋର୍ଟ କାର୍ଡରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଚାର ବିମର୍ଶ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ନେତୃତ୍ୱ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ଦିଗରେ ଉଚ୍ଚଶିକ୍ଷା ବିଭାଗ ବଡ ନିଷ୍ପତ୍ତି ନେଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ