Saturday, July 27, 2024
24.6 C
Odisha

    ଏଆଇ ଖାଇଲା ଚାକିରି, ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ପେଟିଏମ୍

    ଆଗକୁ ପଢନ୍ତୁ

    ମୁମ୍ବାଇ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଦ୍ବାରା ଅନେକ ଲୋକଙ୍କ ଚାକିରି ଚାଲିଯିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ହେବାରେ ଲାଗିଛି । ଦେଶର ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ବ୍ୟାଙ୍କ ପେଟିଏମ୍ ପ୍ରାୟ ୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି । ସେମାନଙ୍କ କାମ ଏଆଇ କରିବ ବୋଲି କମ୍ପାନି କହୁଛି ।

    କମ୍ପାନିର ଅପରେସନ୍ ଟିମ୍, ସେଲ୍ସ ଟିମ୍ ସମେତ ଇଞ୍ଜିନିୟରିଂ ଟିମର ପ୍ରାୟ ୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଉଛି। ସେମାନଙ୍କ ସ୍ଥାନ ଏଆଇ ନେବ । ପାଖାପାଖି ୧ ମାସ ଧରି କଂପାନି ଏହାର କାର୍ଯ୍ୟରେ ପରିବର୍ତ୍ତନ ଉପରେ ଧ୍ୟାନ ଦେଉଛି। ପେଟିଏମ୍ କହିଛି ଯେ ଏଆଇ ର ବ୍ୟବହାର ଦ୍ୱାରା କମ୍ପାନୀର ଅଭିବୃଦ୍ଧି ସମ୍ଭାବନା ଆହୁରି ବୃଦ୍ଧି ପାଇପାରେ ।

    ପେଟିଏମ୍ ର ଜଣେ ମୁଖପାତ୍ର କହିଛନ୍ତି, ଆମେ ଏଆଇ ଟୁଲ୍ ସାହାଯ୍ୟରେ ଆମର କାର୍ଯ୍ୟକୁ ଆଗକୁ ବଢ଼ାଇବାକୁ ପ୍ରସ୍ତୁତ ହେଉଛୁ, ଯାହାଦ୍ୱାରା କ୍ଷମତା ବୃଦ୍ଧି କରାଯାଇପାରିବ ଏବଂ ଆମର ସମ୍ବଳ ନଷ୍ଟ ହେବ ନାହିଁ। ଏଆଇ ସହାୟତାରେ ଖର୍ଚ୍ଚ ହ୍ରାସ ଓ ଅଭିବୃଦ୍ଧି ବୃଦ୍ଧି ଉପରେ ଧ୍ୟାନ ଦିଆଯାଉଛି। ଏଆଇର ବ୍ୟବହାର କେବଳ ଆମ କାମକୁ ତ୍ୱରାନ୍ୱିତ କରିବ ନାହିଁ, ବରଂ ୧୦ରୁ ୧୫ ପ୍ରତିଶତ କର୍ମଚାରୀଙ୍କ ଖର୍ଚ୍ଚ ମଧ୍ୟ ହ୍ରାସ କରିବ । ଏଆଇ ଟୁଲ୍ ପ୍ରଚଳନ ସହିତ, ଆମେ ସେହି କର୍ମଚାରୀମାନଙ୍କୁ ଛଟେଇ କରିଛୁ ଯେଉଁମାନେ ବର୍ଷ ସାରା ଭଲ ପ୍ରଦର୍ଶନ କରିନାହାଁନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ