Saturday, March 21, 2026
32.6 C
Odisha

    ପିସିସି ସଭାପତି ଚୟନକୁ ନେଇ ଏଭଳି କହିଲେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପିସିସି ସଭାପତିକୁ ନେଇ କସରତ ଚାଲିଛି | ପିସିସି କାର୍ଯ୍ୟାଳୟରେ ସରିଲା ପ୍ରଥମ ପର୍ଯ୍ୟାୟ ବୈଠକ। ସବୁ ବିଧାୟକ ଏଵଂ ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ଚାଲିଥିଲା ବୈଠକ। କିଏ ଧରିବେ କଂଗ୍ରେସର ମଙ୍ଗ, ତାକୁ ନେଇ ଆଜି ଦିନ ତମାମ ପିସିସି କାର୍ଯ୍ୟାଳୟ ଭିତରେ ଚାଲିଛି ଘମାସନ। କଂଗ୍ରେସ ନେତା ଚରଣ ଦାସ ମହନ୍ତ ଏଵଂ ମିନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ ବସିଥିଲା ଏହି ବୈଠକ। ଏହି ଦୁଇ ନେତା ଏଆଇସିସି ପାଖରେ କାହା ନାଁ ରେ ମୋହରମାରିବେ ତାକୁ ନେଇ ଆଜି ଦିନ ତମାମ କଂଗ୍ରେସ କାର୍ଯ୍ୟାଳୟ ଭିତରେ ଦେଖିବାକୁ ମିଳିଥିଲା ଗହଳି ଚହଳି। ଅନ୍ୟପଟେ ମୋକିମ, ଶ୍ରୀକାନ୍ତ କିମ୍ବା ଜୟଦେବଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି।
    ଅନ୍ୟପଟେ ଜୟଦେବ, ଶ୍ରୀକାନ୍ତ, ନିରଞ୍ଜନ ଓ ଭକ୍ତ ଚରଣ ଦାସ କହିଛନ୍ତି ଆମେ ଜଣେ ଯୋଗ୍ୟ ଏଵଂ ଦକ୍ଷ ଲୋକଙ୍କୁ ପିସିସି ସଭାପତି ପାଇଁ ସୁପାରିସ କରିଛୁ। ଲବିଫବି କିଛି କାମ ଦେବନି। ସେମାନେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ପିସିସି ସଭାପତି ପାଇଁ ସୁପାରିସ କରିବେ ବୋଲି ଆମେ ଭାବୁଛୁ। ଯିଏ ବି ହେବେ ଆମେ ସମସ୍ତେ ତାଙ୍କୁ ମାନି କାମ କରିବୁ। କଂଗ୍ରେସକୁ ଶକ୍ତିଶାଳୀ କରିବା ଆମର ଲକ୍ଷ୍ୟ। ଷ୍ଟିଅରିଙ୍ଗ କମିଟି ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ଦଳରେ କୌଣସି ଗୋଷ୍ଠୀ ନାହିଁ |

    ମୁଁ ମଧ୍ୟ ପିସିସି ସଭାପତି ରେସରେ ନାହିଁ | ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ ଦଳ ଯେତେବେଳେ ଯେଉଁ ନିର୍ଦ୍ଦେଶ ଦେବ ମୁଁ ତାକୁ ଅନୁପାଳନ କରିବି | ସେହିପରି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ଦଳରେ ଅନେକ ଯୋଗ୍ୟ ନେତା ଅଛନ୍ତି | ଏଭଳି ଯୋଗ୍ୟ ନେତା ଅନ୍ୟ ଦଳରେ ମଧ୍ୟ ନାହାନ୍ତି | ପିସିସି ସଭାପତି ରେସରେ ମୁଁ ନାହିଁ | ଦଳ ଯୁବକମାନଙ୍କୁ ଅଧିକ ଦାୟିତ୍ୱ ଦେବାର ଆବଶ୍ୟକ ରହିଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ