Sunday, October 18, 2026
29.7 C
Odisha

    ଦିଲ୍ଲୀର ଲୋକମାନେ ସୁରକ୍ଷାକୁ ନେଇ ଚିନ୍ତିତ’ : ଶାହାଙ୍କୁ ଲେଖିଲେ କେଜ୍ରିୱାଲ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟକୁ ଏକ ଚିଠି ଲେଖି ଜାତୀୟ ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୁରନ୍ତ ଆଲୋଚନା କରିବାକୁ କହିଛନ୍ତି। ଅପରାଧ ପରିସଂଖ୍ୟାନକୁ ଦର୍ଶାଇ କେଜ୍ରିୱାଲ ଦାବି କରିଛନ୍ତି ଯେ ଦିଲ୍ଲୀ ଧୀରେ ଧୀରେ ଭାରତ ତଥା ବିଦେଶରେ ‘ଅପରାଧର ରାଜଧାନୀ’ ଭାବରେ ପରିଚିତ ହେଉଛି।
    କେଜ୍ରିୱାଲଙ୍କ ଚିଠିରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଭାରତର ୧୯ ଟି ମେଟ୍ରୋ ସହର ମଧ୍ୟରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧରେ ଦିଲ୍ଲୀ ଏକ ନମ୍ବର ସ୍ଥାନରେ ରହିଛି, ହତ୍ୟା ମାମଲାରେ ମଧ୍ୟ ଦିଲ୍ଲୀ ଏକ ନମ୍ବର ସ୍ଥାନରେ ରହିଛି। ସ୍କୁଲ, ବିମାନବନ୍ଦର ଏବଂ ମଲରେ ବୋମା ଧମକ ବାରମ୍ବାର ଘଟୁଥିବା ବେଳେ ଅପରାଧର ମାତ୍ରା ୩୫୦ ପ୍ରତିଶତ ବୃଦ୍ଧି ପାଇଛି।

    ‘ଦିଲ୍ଲୀର ଲୋକମାନେ ସୁରକ୍ଷାକୁ ନେଇ ଚିନ୍ତିତ’ ବୋଲି ଅରବିନ୍ଦ କେଜ୍ରିୱାଲ ତାଙ୍କ ଚିଠିରେ ଅମିତ ଶାହାଙ୍କୁ ଲେଖିଛନ୍ତି। ଯେତେବେଳେ ନିଜ ସ୍କୁଲ୍‌କୁ ବୋମା ଧମକ ମିଳେ ଏକ ଶିଶୁ କ’ଣ ଦେଇ ଗତି କରୁଥିବା ତାହା କଳ୍ପନା କରନ୍ତୁ। ‌ବାରମ୍ବାର ଶିଶୁମାନଙ୍କୁ ଭୟଭୀତ କରାଯାଉଛି, ସ୍କୁଲ୍‌ରୁ ଘରକୁ ପଠା ଯାଉଛି। ଥରେ ଚିନ୍ତା କରନ୍ତୁ ସେ ଶିଶୁ ଓ ଅଭିଭାବକଙ୍କ ବିଷୟରେ। ସେମାନେ ଏକ ଭୟଭୀତରେ ଦିନ କାଟୁଛନ୍ତି ବୋଲି କେଜ୍ରିୱାଲ୍‌ ଉଲ୍ଲେଖ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.7 ° C
    29.7 °
    29.7 °
    59 %
    1.5kmh
    83 %
    Sun
    29 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ