Sunday, October 11, 2026
29.5 C
Odisha

    ବିମାନ ରହିଛି, ବିଏମ୍‌ଡବ୍ଲୁ ଜବତ ହୋଇଛି, ଫୋନ୍‌ ବନ୍ଦ ଅଛି, କିନ୍ତୁ ହେମନ୍ତ ସୋରେନ୍‌ ନିଖୋଜ

    ଆଗକୁ ପଢନ୍ତୁ

    ରାଞ୍ଚି: ଦିଲ୍ଲୀ ବିମାନ ବନ୍ଦରରେ ଚାର୍ଟର୍‌ ବିମାନ ରହିଛି, ବିଏମ୍‌ଡବ୍ଲୁ କାର୍‌କୁ ଇଡି ଜବତ କରିଛି, ତାଙ୍କ ଲୋକମାନଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଅଛି, କିନ୍ତୁ ନିଖୋଜ ହୋଇଯାଇଥିବା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଏପର୍ଯ୍ୟନ୍ତ ଇଡି ଖୋଜି ପାଉନାହିଁ। ମନି ଲଣ୍ଡରିଙ୍ଗ୍‌ ମାମଲାରେ ଜେରା କରିବା ଲାଗି ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଖୋଜୁଥିବା ବ‌େଳେ ଦିଲ୍ଲୀ ଓ ଝାଡ଼ଖଣ୍ଡରେ ଏଭଳି ଅପ୍ରତ୍ୟାଶିତ ଘଟଣାସବୁ ଘଟି ଯାଉଛି। ମୁଖ୍ୟମନ୍ତ୍ରୀ ସୋରେନ୍‌ ୨୪ ଘଣ୍ଟାରୁ ଅଧିକ ସମୟ ହେବ ନିଖୋଜ ଥିବା କଥା ସରକାରୀ ଅଧିକାରୀମାନେ କହୁଥିବା ବ‌େଳେ ତାଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କହୁଛି ଯେ, ମୁଖ୍ୟମନ୍ତ୍ରୀ ନିରାପଦରେ ଅଛନ୍ତି ଏବଂ ସେମାନଙ୍କ ସହିତ ଯୋଗାଯୋଗ ରଖିଛନ୍ତି।

    ଇଡି ସୂତ୍ରରୁ ପ୍ରକାଶ, ସେମାନେ ସୋରେନ୍‌ଙ୍କ ପତ୍ତା ପାଉନାହାନ୍ତି। ସେ ରାଞ୍ଚିରୁ ଦିଲ୍ଲୀ ଆସିଥିବା ଚାର୍ଟର୍‌ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ରହିଛି। ତାଙ୍କ ଲୋକମାନଙ୍କ ମଧ୍ୟରୁ କେତେକଙ୍କ (କର୍ମଚାରୀ) ଫୋନ୍‌ ସୁଇଚ୍‌ ଅଫ୍‌ଅଛି। ତାଙ୍କ ବିଏମ୍‌ଡବ୍ଲୁ କାର୍‌କୁ ଇଡି ଜବତ କରିଛି। ତାଙ୍କ ଡ୍ରାଇଭର୍‌ଙ୍କୁ ଜେରା କରାଯାଇଛି, କିନ୍ତୁ କିଛି ଲାଭ ହୋଇନାହିଁ।

    ସେପଟେ, ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଗିରଫ କରିବା ଆଶଙ୍କା କରି ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିବା ଲାଗି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ବାଧୀନ ଶାସକ ମେଣ୍ଟର ସମସ୍ତ ବିଧାୟକମାନଙ୍କୁ ରାଞ୍ଚିରେ ଉପସ୍ଥିତ ରହିବା ଲାଗି କୁହାଯାଇଛି। ଆଜି ଏହି ବୈଠକ ବସିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ