Thursday, March 26, 2026
37 C
Odisha

    ବାରାଣସୀରେ ଚାଲିଥିଲା ରୋଡ୍‌ ଶୋ’, ଆମ୍ବୁଲାନ୍ସ ଦେଖି ନିଜ ଗାଡ଼ି ଅଟକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    ଆଗକୁ ପଢନ୍ତୁ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦୁଇ ଦିବସୀୟ ଯାତ୍ରାରେ ବାରାଣସୀରେ ଅଛନ୍ତି। ଏହି ସମୟରେ ଯେତେବେଳେ ସେ ରୋଡ୍‌ ଶୋ’ କରୁଥିଲେ, ସେହି ବାଟ ଦେଇ ଏକ ଆମ୍ବୁଲାନ୍ସ ଯାଉଥିଲା। ଆମ୍ବୁଲାନ୍ସ ଦେଖି ପିଏମ୍‌ ମୋଦି ନିଜ ଗାଡ଼ିକୁ କିଛି ସମୟ ପାଇଁ ଅଟକାଇ ଦେଇଥିଲେ, ଯାହାର ଭିଡିଓ ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ରବିବାର ବାରାଣସୀରେ ନିଜର ରୋଡ୍‌ ଶୋ’ ବେଳେ ଏକ ଆମ୍ବୁଲାନ୍ସ ଦେଖି କାର୍‌କେଡକୁ ଅଟକାଇ ଦେଇଥିଲେ। କହି ରଖୁଛୁ ଯେ ଏହି ଦୁଇ ଦିନିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବାରାଣସୀ ଏବଂ ପୂର୍ବାଞ୍ଚଳ ପାଇଁ ୧୯,୦୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୩୭ଟି ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାପରେ ଏଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ସେ ନାମୋ ଘାଟରୁ କାଶୀ ତାମିଲ ସଙ୍ଗମ୍‌ ୨.୦କୁ ମଧ୍ୟ ଉଦ୍‌ଘାଟନ କରିବେ। ଏହି ପରି କନ୍ୟାକୁମାରୀରୁ ବାରାଣସୀ ପର୍ଯ୍ୟନ୍ତ ନୂତନ ଟ୍ରେନ୍‌କୁ ମୋଦି ଶୁଭାରମ୍ଭ କରିବା ବ୍ୟତୀତ କଟିଙ୍ଗ ମେମୋରିଆଲ୍ ସ୍କୁଲ୍ ପଡ଼ିଆରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ମଧ୍ୟ ଅଂଶଗ୍ରହଣ କରିବେ। ଏଠାରେ ସେ ପିଏମ୍‌ ଆବାସ, ପିଏମ୍‌ ସ୍ୱନିଧି, ପିଏମ୍‌ ଉଜ୍ଜ୍ୱଳା ଭଳି ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37 ° C
    37 °
    37 °
    20 %
    3.9kmh
    0 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ