Wednesday, October 23, 2024
21.7 C
Odisha

    JSW ଗ୍ରୁପ୍‌ ସିଏମ୍‌ଡି ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ମାମଲା, ଥାନାରେ ଅଭିଯୋଗ କଲେ ୩୦ ବର୍ଷୀୟା ଡାକ୍ତରାଣୀ

    ଆଗକୁ ପଢନ୍ତୁ

    ବଢିଲା JSW ଗ୍ରୁପ୍‌ ସିଏମ୍‌ଡି ସଜ୍ଜନ ଜିନ୍ଦଲଙ୍କ ଅଡ଼ୁଆ । ଦୁଷ୍କର୍ମ ଅଭିଯୋଗରେ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଷ୍କର୍ମ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୁମ୍ବାଇର ୩୦ ବର୍ଷୀୟା ଡାକ୍ତରାଣୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।  ୨୦୨୨ ଜାନୁୟାରୀରେ ସଜ୍ଜନଙ୍କ ମୁମ୍ବାଇ ଅଫିସରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏପଟେ ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁମ୍ବାଇ ପୋଲିସ କହିଛି । ତେବେ ସଜ୍ଜନ ଜିନ୍ଦଲଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସଜ୍ଜନଙ୍କ ବିରୋଧରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗକାରିଣୀ ଏତଲାରେ ଦର୍ଶାଇଛନ୍ତି ଯେ ୨୦୨୨ ଜାନୁୟାରୀ ୨୪ରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଜିନ୍ଦଲ କାର୍ଯ୍ୟାଳୟର ଏକ ପେଣ୍ଟ୍‌ହାଉସ୍‌ରେ ଦୁଷ୍କର୍ମ ଘଟଣା ଘଟିଥିଲା । ଅଭିଯୋଗକାରିଣୀ ପ୍ରଥମେ ଗତ ଫେବୃୟାରୀରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ କୋର୍ଟ ପୋଲିସକୁ ଜିନ୍ଦଲଙ୍କ ବିରୋଧରେ ମାମଲା ରୁୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମୁତାବକ, ଅଭିଯୋଗକାରିଣୀ ସଜ୍ଜନ ଜିନ୍ଦଲଙ୍କୁ ପ୍ରଥମ ଥର ୨୦୨୧ ଅକ୍ଟୋବର ୮ରେ ଦୁବାଇରେ ଭେଟିଥିଲେ । ବର୍ତ୍ତମାନ ତାଙ୍କ ବୟାନ ଆଧାରରେ ଜିନ୍ଦଲଙ୍କ ବିରୋଧରେ ୩୭୬ ଓ ୩୫୪ ସମେତ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ