Thursday, May 29, 2025
35.9 C
Odisha

‘ମନ କି ବାତ୍’ର ୧୧୧ ତମ ସଂସ୍କରଣ: ମା’ଙ୍କ ନାଁରେ ଗଛଟିଏ ଲଗାଇବାକୁ ଅପିଲ କଲେ ମୋଦୀ ; ଭାରତୀୟ ଖେଳାଳିଙ୍କର କଲେ ଭୂୟସୀ ପ୍ରଶଂସା

ଆଗକୁ ପଢନ୍ତୁ

ଆଜି ପ୍ରସାରିତ ହୋଇଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ୍’ର ୧୧୧ତମ ସଂସ୍କରଣ । ଏଥିରେ ପ୍ରଧାନମନ୍ତ୍ରୀ ପ୍ରଥମେ ନିଜ ମା’ଙ୍କୁ ମନେପକାଇବା ସହ ଜୀବନରେ ମା’ଙ୍କ ଗୁରୁତକୁ ବଖାଣିଥିଲେ । ଏହା ସହ ‘ମାଙ୍କ ନାଁରେ ଗଛଟିଏ ଲଗାଇବା’ ଅଭିଯାନର ଆରମ୍ଭ କରିଥିଲେ । ଏହାପରେ କେରଳ ଅଟ୍ଟାପଡିର ସ୍ୱତନ୍ତ୍ର ଛତା କଥା କହିଥିଲେ । ଏଠାକାର ଆଦିବାସୀ ମହିଳାମାନେ ଏଠାକୁ ତିଆରି କରୁଛନ୍ତି , ଯାହାକୁ କାର୍ଥେମ୍ବି ଛତା ଭାବେ ଜଣାଯାଏ । ଏହା କେବଳ କେରଲରେ ସୀମିତ ନୁହେଁ ବରଂ ଦେଶ ତଥା ଦେଶ ବାହାରକୁ ମଧ୍ୟ ଏହାର ରପ୍ତାନୀ ହେଲାଣି । ଏହାପରେ ଜୁଲାଇରେ ପ୍ୟାରିସରେ ହେବାକୁ ଥିବା ସମର ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଖେଳାଳିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ମୋଦୀ । ପୂର୍ବ ଥର ଅପେକ୍ଷା ଏଥର ଭାରତୀୟ ଖେଳାଳିମାନେ ସବୁ ବର୍ଗରେ ଉଚ୍ଚକୋଟୀର ପ୍ରଦର୍ଶନ କରିବେ । ଏହାସହ କିଛି ନୂଆ ଇଭେଣ୍ଟରେ ମଧ୍ୟ ପ୍ରଥମ ଥର ପାଇଁ ଭାରତୀୟ ଖୋଳାଳିଙ୍କୁ ଦେଖିବାକୁ ମିଳିବ । ତେଣୁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ମୋଦୀ । ଏହାସହ ଭାରତ-କୁଏତ୍ ରେଡିଓ ପ୍ରସାରଣ କଥା ମଧ୍ୟ କହିଥିଲେ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
35.9 ° C
35.9 °
35.9 °
39 %
4.4kmh
100 %
Thu
34 °
Fri
37 °
Sat
37 °
Sun
40 °
Mon
40 °

ସମ୍ବନ୍ଧିତ